ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିନି ଦଫା ଦାବି ନେଇ ରାସ୍ତା କୁ ଓହ୍ଲାଇଲା ମିଳିତ ପ୍ରାଥମିକ ଶିକ୍ଷକ ମହା ସଙ୍ଘ

ଧର୍ମଗଡ:୧୯/୧୧/୨୨: ଆଜି ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହା ସଙ୍ଘ (ନୂତନ ପେନସନ ଯୋଜନାଭୁକ୍ତ ) ର ଡାକରା ରେ ଧର୍ମଗଡ଼ ବ୍ଲକର ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାଜ ରାସ୍ତା କୁ ଓହ୍ଲାଇ ଛନ୍ତି । ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ସଭାପତି ମାର୍କଣ୍ଡ ନାଗ ଓ ସମ୍ପାଦକ ଗିରିଧାରୀ ସାହୁ ଙ୍କ ନେତୃତ୍ୱରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ବିଶାଳ ଶୋଭାଯାତ୍ରା ମା ଭଣ୍ଡାର ଘରଣୀ ମନ୍ଦିର ରୁ ବାହାରି ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ l ସେଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇ ୩ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ , ୫ଟି ସଚିବ ଓଡିଶା, ପ୍ରିନସିପାଲ ସେକ୍ରେଟାରୀ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଙ୍କ ଉଦେଶ୍ୟ ରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରା ଯାଇଥିଲା l ଦାବୀ ଗୁଡିକ ମଧ୍ୟରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରି ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀ ସହିତ ଯୋଡ଼ି ୬ ଟି ଇଂକ୍ରିମେଣ୍ଟ ପ୍ରଦାନ କରିବା, ସମ୍ପୂର୍ଣ ଭାବରେ ଚୁକ୍ତି ଭିତ୍ତିକ ପ୍ରଥା ଉଛେଦ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ପୁରୁଣା ପେନସନ ଲାଗୁ କରିବା ଆଦି ଦାବୀ ଅନ୍ତର୍ଭୁକ୍ତ l କାର୍ଯ୍ୟକ୍ରମ ରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ର ମୁଖ୍ୟ ସାଧାରଣ ସମ୍ପାଦକ ବଂକିମ ଚନ୍ଦ୍ର ସାଗର ଯୋଗଦେଇ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି କୁ ତୀବ୍ର ସମାଲୋଚନା କରିଥିଲେ l ଉପରୋକ୍ତ ଦାବି ଗୁଡିକ ପୂରଣ ନ ହେଲେ ତେବେ ଆସନ୍ତା ୨୭ ନଭେମ୍ବରରେ ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରାଯିବ ବୋଲି ସରକାର ଙ୍କୁ ଚେତାବନୀ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ବେହେରା, କନିଷ୍ଠ ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ବିକ୍ରମ ପ୍ରଧାନ, ସମ୍ପାଦିକା ପାର୍ବତୀ କର, ନୟନ କୁମାର ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଙ୍କ ଉପରେ ବର୍ଷି ଥିଲେ l ପ୍ରତିବାଦ ସଭାକୁ ବ୍ଲକ କୋଷାଧ୍ୟକ୍ଷ୍ୟ ପ୍ରେମଲାଲ ଜଗତ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଟକୃଷ୍ଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟ କ୍ରମ ରେ ଧର୍ମଗଡ଼ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ସଂଖ୍ୟା ରେ ଅଂଶ ଗ୍ରହଣ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ସମରେନ୍ଦ୍ର ନାୟକ ଙ୍କ କବିତା ଚନ୍ଦ୍ରାନନୀ

Sunil Chandra Nayak

ଗୋଡ଼ଭଂଜା ଗୋଳେଇ ଛକଠାରେ ଅହିଂସା ରଥ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

Sunil Chandra Nayak

ଆହୁରି ସଶକ୍ତ ହେବ ମିଶନ ଶକ୍ତି

Leave a Comment

error: Content is protected !!