ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେନଗାଁ ଗ୍ରାମ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼,୨୧/୧୧( ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ଗ୍ରାମ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଏବିଡ଼ିଓ ବିଭୁତି ଭୂଷଣ ଶତପଥି,ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ସମିତିସଭ୍ୟା ଯଶୋବନ୍ତୀ ନାଏକ, ବ୍ଲକ ଯୋଗାଣ ଅଧିକାରୀ ହରିଶଙ୍କର ସାହୁ, ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଦଶମତ ମାଝୀ, ପ୍ରାଣୀ ଚିକିତ୍ସକ ଜୋସ୍ନାରାଣୀ ସିଂ, କୃଷି ଅଧିକାରୀ ଧର୍ମେନ୍ଦ୍ର ସାହୁ, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳିଆର ସିଂ, ଲୋଚନା ମାଝୀ, ଦୁର୍ଯ୍ୟୋଧନ ଶବର, ନିରୁପମ ଦେବ ପ୍ରମୁଖ ଯୋଗ ଦେଇଥିଲେ ! ଶିବିରରେ ବ୍ଲକସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ l ବେନଗାଁ ପଞ୍ଚାୟତର ୧୧ଟି ୱାର୍ଡର ଜନସାଧାରଣ ଜନ ଶୁଣାଣି ଶିବିରକୁ ଆସି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ ! ବେନଗାଁ ସରପଞ୍ଚ ପୁରାଣା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରିଚାଳନା କରିଥିଲେ l ଶିବିରରେ ଗ୍ରାମ ରୋଜଗାର ସେବକ ପ୍ରମୋଦ ସାହୁ ସମେତ ଦିଲ୍ଲୀପ ହରିଜନ, ଉତ୍ତର ନାଏକ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଁହର ଙ୍କୁ ସମ୍ବର୍ଦ୍ଧନା , ପବ୍ଲିକ ସ୍କୁଲ ପରିସରରେ ବୃକ୍ଷ ରୋପଣ 

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ଏପାଖେ ଶୁଭଇ ବେଣୁ   ସେପାଖେ ଉଚ୍ଛନ୍ନ ମାୟା

Sunil Chandra Nayak

ଶ୍ରମିକ ଦିବସ ଉପଲ6କ୍ଷ ଚନ୍ଦ୍ରକଳାଦେବୀ ଙ୍କ କବିତା ଶ୍ରମିକ ଭାଇ

Leave a Comment

error: Content is protected !!