ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଶୀତ ରାତି,,,,,,,,,

ଶୀତ ରାତି,,,,,,,,,

ଶୀତ ରାତି କାହା ପାଇଁ
ଅଟେ ମଯଲିସ ସତେ
କାହା ପାଇଁ ଆଣି ଦିଏ
ପୁଣି ଦୁଃଖ ଭାର କେତେ।
ଶୀତ ତାପ ନିୟନ୍ତ୍ରିତ
କୋଠା ଯାହାଙ୍କର ଥାଇ,
ଶୀତ ଋତୁ ତାଙ୍କ ପାଇଁ
ବହୁତ ମଜା ଆଣଇ।
ବାସ ଖଣ୍ଡେ ନାହିଁ ଯାର
ଦୁଃଖ ଭୋଗଇ ଅପାର,
ଛାତ ତା ପାଇଁ ଆମ୍ବର
ଦୁଃଖ ଭୋଗଇ ଅପାର।
ଭାଗ୍ୟକୁ ଆଦରି ସେହି
ଯାଏ ସବୁ କଷ୍ଟ ସହି,
ଶୀତ ରାତିର ସେ ଦାଉ
ଶୁଣିବାକୁ କେହି ନାହିଁ।
ହୋଇ ହୀନିମାନ ସେହି
ପଶୁ ତୁଲ୍ୟ ହୋଇ ରହି,
ଶୀତ ରାତିର ସେ କଷ୍ଟ
କାହାକୁ କହିବ ଯାଇ?

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ,ଫଳାଫଳ ଅପେକ୍ଷାରେ ପ୍ରାଥୀ/ପ୍ରାଥିନୀ

Sunil Chandra Nayak

ଶିକ୍ଷକ ସଂଘ ତରଫରୁ ସାହାଯ୍ୟ

Sunil Chandra Nayak

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ । କ୍ୟାବିନେଟ୍ ନିଷ୍ପତ୍ତି ନେଇ ଅବଗତ କଲେ ନିରଞ୍ଜନ ପୂଜାରୀ..

Sunil Chandra Nayak

Leave a Comment

error: Content is protected !!