ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଶୀତ ରାତି,,,,,,,,,

ଶୀତ ରାତି,,,,,,,,,

ଶୀତ ରାତି କାହା ପାଇଁ
ଅଟେ ମଯଲିସ ସତେ
କାହା ପାଇଁ ଆଣି ଦିଏ
ପୁଣି ଦୁଃଖ ଭାର କେତେ।
ଶୀତ ତାପ ନିୟନ୍ତ୍ରିତ
କୋଠା ଯାହାଙ୍କର ଥାଇ,
ଶୀତ ଋତୁ ତାଙ୍କ ପାଇଁ
ବହୁତ ମଜା ଆଣଇ।
ବାସ ଖଣ୍ଡେ ନାହିଁ ଯାର
ଦୁଃଖ ଭୋଗଇ ଅପାର,
ଛାତ ତା ପାଇଁ ଆମ୍ବର
ଦୁଃଖ ଭୋଗଇ ଅପାର।
ଭାଗ୍ୟକୁ ଆଦରି ସେହି
ଯାଏ ସବୁ କଷ୍ଟ ସହି,
ଶୀତ ରାତିର ସେ ଦାଉ
ଶୁଣିବାକୁ କେହି ନାହିଁ।
ହୋଇ ହୀନିମାନ ସେହି
ପଶୁ ତୁଲ୍ୟ ହୋଇ ରହି,
ଶୀତ ରାତିର ସେ କଷ୍ଟ
କାହାକୁ କହିବ ଯାଇ?

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ମେଘା ପ୍ରକଳ୍ପ 

Sunil Chandra Nayak

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

Sunil Chandra Nayak

ରାତ୍ରୀକାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପପୁ ବ୍ରଦରର୍ସ କେସିଙ୍ଗା ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!