ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ଶିଶିର ବିନ୍ଦୁ

ଶିଶିର ବିନ୍ଦୁ

 

    ନନ୍ଦିନୀ ରାଉତ

     
ମୁକ୍ତାର ପସରା ସଜାଇ ହେମନ୍ତ
     ଆସିଛି ଧରିତି ପରେ
ସ୍ୱାଗତ ଜଣାଏ କୃଷକ ତାହାକୁ
    ସ୍ବର୍ଣ୍ଣିମ ଧାନକେଣ୍ଡାରେ।1।
ପହିଲି ଶୀତର ପରସ ପାଇଣ
   ଉଲ୍ଲସିତ ତରୁତୃଣ
ପୁଷ୍ପରେ ମଣ୍ଡିତ ହୋଇଛି ଧରଣୀ
   ସତେ ନବବଧୂ ସମ।2।
ଶିଶିରବିନ୍ଦୁ ଟି ପଲ୍ଲବରେ ପଡି
    ଢଳଢଳ ହୋଇଥାଏ
ଆବଳ ବନିତା ସଭିଙ୍କ ହୃଦକୁ
   ଧୀରେ ଚହଲାଇ ଦିଏ।3।
ଗେଣ୍ଡୁ ଗୋଲାପରେ ଗଭାକୁ ସଜାଇ
   ମୁକୁତା ଟୀକା ନାଇଛି
ନାଲି ଓଢଣୀରେ ପ୍ରଭାତ ଧରଣୀ
   ଆପେ ସଜେଇ ହୋଇଛି।4।
ପଲ୍ଲବରେ ଢଳଢଳ ବିନ୍ଦୁପାଇଁ
    ବାଳକେ ତତ୍ପର ହୋଇ
ପ୍ରଭାତରୁ ଉଠି ଧାବନ୍ତି ଉଲ୍ଲସି
    ପ୍ରଭାତ ବନ୍ଦନା ଗାଇ।5।
କିଏ ସଜାଇଲା ଶିଶିରବିନ୍ଦୁକୁ
   ଧରଣୀ ରାଣୀ କପୋଳେ
ନିରେଖି ନିରେଖି ଦେଖୁଛି ଭାବୁକ
   ବସିଛି ପ୍ରକୃତି କୋଳେ।6।
ଧନ୍ୟ ଚିତ୍ରକର ରଙ୍ଗତୁଳି ଯାର
    ସଭିଙ୍କ ହୃଦୟ ଛୁଏଁ
ଶିଶିର ବିନ୍ଦୁକୁ କେତେ ଭଲପାଏ
   ପାଉଥିବି ମଲାଯାଏ।7।

   ବାଲିପଟ୍ଟା,ଅନୁଗୋଳ

Related posts

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜୀବନୀ “ଶୀର୍ଷକ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ବିଶ୍ବଶ୍ରମିକ ଦିବସ ଉପଲକ୍ଷେ ବେଣୁଧର ସୂତାର ଙ୍କ କବିତା ଜୟ ହେ ଶ୍ରମିକ ଜୟ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମହାକବି ଜୟଦେବ ଜୟନ୍ତୀ ସମାରୋହ ପାଳିତ

Leave a Comment

error: Content is protected !!