ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓବିସି-ଏସଟି-ଏସସି ମିଳିତ ମହାସଂଘ ର ସମ୍ବିଧାନ ଅଧିକାର ଯାତ୍ରା

ଆରମ୍ଭ ହେଲା ମଟର ସାଇକଲ ରେଲି, ପ୍ରଥମ ଦିନ ରେ ୬୫ କିମି ଯାତ୍ରା 

 ଧର୍ମଗଡ:୨୩/୧୧/୨୨:  ସ୍ବାଧୀନତା ର ୭୫ବର୍ଷ ପରେ ମଧ୍ୟ ଦେଶ ର ଓବିସି,ଏସସି,ଏସଟି ବର୍ଗ ର ୮୫ ପ୍ରତିଶତ ଲୋକ ନିଜ ର ହକ ଅଧିକାର ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହାରି ଫଳରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଆଜି ବି ସମାନତା ଆସି ନାହିଁ ଏବଂ ଏହି ବର୍ଗ ର ସିଂହ ଭାଗ ଲୋକେ ଅବହେଳିତ ଭାବେ ଜୀବନ ଯାପନ କରୁଛନ୍ତି । ଏମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଦାବୀ ହାସଲ ପାଇଁ ସଂଗଠିତ ଉଦେଶ୍ୟ ରେ ଆଜି ମିଳିତ ମହାସଂଘ ପକ୍ଷରୁ ସମ୍ବିଧାନ ଅଧିକାର ଯାତ୍ରା ଆରମ୍ଭ ହୋଇଛି । ଏହି ପରିପେଖି ରେ ଏକ ମଟର ସାଇକେଲ ଯାତ୍ରା ସ୍ଥାନୀୟ ଚାରିଛକ ରୁ ବାହାରିଥିଲା । ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଏହି ଯାତ୍ରା ଶୁଭାରମ୍ଭ ହୋଈ ଥିଲା । ଧର୍ମଗଡ ର କାଶିବାହାଲ , ବଡ ବସୁଲ, ସର୍ଦ୍ଧା ପୁର, କନ୍ତେର, ଖଇର ପଦର, ତେଲିପଲାସ, ତମ୍ବାଛଡ଼ା, ମେରଘରା, ବ୍ରାହ୍ମଣ ଛେଣ୍ଡିଆ ପ୍ରଭୃତି ଗାଁ ଦେଇ ଟିପିଗୁଡା ଗାଁ ରେ ପହଞ୍ଚି ଥିଲା । ଗସ୍ତ ସମୟରେ ରାସ୍ତା ରେ ପଥ ପ୍ରାନ୍ତ ସଭାମାନ ଆୟୋଜନ କରାଯାଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ମୂଳ ନିବାସୀ ଙ୍କୁ ଜାଣିଶୁଣି କିପରି ଅଣଦେଖା କରୁଛନ୍ତି ସେ ସମ୍ପର୍କ ରେ ସଚେତନ କରାଯାଇଥିଲା । ସଂଘ ର ଆବାହକ ଡମ୍ବରୁ ଧର ଲହଜଲ ଙ୍କ ନେତୃତ୍ଵ ରେ ଆରମ୍ଭ ହୋଇଥିବା ଏହି ସମ୍ବିଧାନ ଅଧିକାର ଯାତ୍ରା ରେ ସିଡ୍ୟୁଲ କାଷ୍ଟ ଫେଡରେସନ ସଭାପତି ବିରଞ୍ଚି ନାରାୟଣ ଜାଲ , ବରିଷ୍ଠ ଆଇନ ଜୀବୀ ଦିଗାମ୍ବର ଦୁରିଆ ,ଦୟା ମାଝୀ,ଗୋବର୍ଦ୍ଧନ ଶବର, ସୁଧୀର ଗୋପାଳ, ରତନ ନାଏକ, ଚିତ୍ର ଗୋପାଲ, ଡାକେ ଲହଜଲ୍, ଲବଣି ରାଉତ, ଢଗ ମାଳିଆ ନାଏକ,କ୍ଷେତ୍ର ମୋହନ ସତ ନାମୀ, ରାମଦାସ ମେହେର, ଆଦିତ୍ୟ ହଂସ୍,ଖଗପତି ନାଏକ ,ମାଧବ ଠାକୁର,ଚକ୍ର ଧର ବେନୁପାଣି, କରୁଣା ହଂସ , ଜିବସଶଙ୍କର ନାଏକ ,ଅଜୟ ପୁଝାରୀ ,ଜଗମୋହନ ଚଣ୍ଡୀ, ଗୌଲୋଚନ ଗୋପାଳ,ଗଜାନନ ସୁନାନୀ ଙ୍କ ସମେତ ବହୁ କାର୍ଯ୍ୟ କର୍ତା ସାମିଲ ହୋଇଛନ୍ତି । ତିନିଦିନ ଧରି ଏହି ଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡ଼ାରେ ଚୈତ୍ର ପର୍ବ ପାଳିତ

Sunil Chandra Nayak

ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Sunil Chandra Nayak

ଚର୍ଚ୍ଚାରେ ସୁଗାର ଫ୍ରି ଆମ୍ବ.. ପାଚିବା ପର୍ଯ୍ୟନ୍ତ ୧୬ଥର ବଦଳାଇଥାଏ ରଙ୍ଗ

Sunil Chandra Nayak

Leave a Comment

error: Content is protected !!