ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା

ବୌଦ୍ଧ -24/11 – ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଯୋଗଦେଇ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ  ବୌଦ୍ଧ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରା, ବୌଦ୍ଧ ପଞ୍ଚାୟତ ସମିତି ଅଧକ୍ଷ ପ୍ରତ୍ୟୁଷ ପ୍ରିୟ ଦର୍ଶୀ ରଥ, ହରଭଙ୍ଗା ପଞ୍ଚାୟତ ସମିତି ଅଧକ୍ଷା ସ୍ନେହଲତା ପ୍ରଧାନ, ଏବଂ ଭୈରବୀ ମହୋତ୍ସବ କମିଟି ସଭାପତି  ଅଶୋକ କୁମାର ଅଗ୍ରୱାଲ ମଞ୍ଚସିନ ଥିବା ବେଳେ ସମସ୍ତ ଅତିବୃନ୍ଦ ମାଁ ଭୈରବୀ ଙ୍କ ଗାଥା କୁ ବର୍ଣନା କରିଥିଲେ l ଉକ୍ତ ଦ୍ୱିତୀୟ ସନ୍ଧ୍ୟା ର ସଭା କାର୍ଯ୍ୟ ପରିଚାଳନା ରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର  ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠୀ ଓ ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରିଥିବେଳେ ଇଂରାଜୀ ଅଧ୍ୟାପକ ଡ. ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ରେ ପ୍ରଥମେ ଆଞ୍ଚଳିକ କଳାକାର ଙ୍କ ଦ୍ୱାରା କୃଷ୍ଣଗୁରୁ, ଦଣ୍ଡ ନୃତ୍ୟ ସହ କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ନୃତ୍ୟଗୀତ ପରିବେଶଣ ହୋଇଥିଲା l ପରେ ମଞ୍ଚରେ ସମ୍ବଲପୁର ରୁ ଆସିଥିବା ନୃତ୍ୟ କଳାକାର ଙ୍କ ଦ୍ୱାରା ନୃତ୍ୟଗୀତ, ସିନେ ଟେଲି ତାରକା ଶୋଭା ରାଉତ ସଙ୍ଗୀତ କାର୍ଯ୍ୟକ୍ରମ, ଡ୍ୟାନ୍ସ ଗ୍ରୁପ କଟକ ଙ୍କ ଦ୍ୱରା ରଙ୍ଗରଙ୍ଗ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦର୍ଶକ ଙ୍କ ମିନାବଜାର, ପଲ୍ଲୀଶ୍ରୀ ମେଳେ, ଯାତ୍ରା ଅପେରା, ଏବଂ ବିଭିନ୍ନ ସୁସ୍ୱାଦ୍ୟ ଖାଦ୍ୟ ଷ୍ଟଲ ଗୁଡିକ ରେ ବେଶ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଥିଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବା ବେଳେ କାର୍ଯ୍ୟକ୍ରମ ମହୋତ୍ସବ କମିଟିର ଆବାହକ ଶ୍ରୀ ସୁକାନ୍ତ ପଟ୍ଟନାୟକ ଙ୍କ ସମେତ, ବିଭୁଦତ୍ତ ବୋଷ, , ସତୀଶ ବେହେରା, ସଜନ ଅଗ୍ରୱାଲା, ପ୍ରଶାନ୍ତ ସେଠି,କୈଳାସ ଅଗ୍ରୱାଲା, ସୁକାନ୍ତ ଦାସ, ମନୋଜ କୁମାର ସାହୁ, ମନୋଜ ପାଢି,ଶୁଭଜିତ୍ ପ୍ରଧାନ, ସୁବାସ କୁମାର ପ୍ରଧାନ, ପୁରନ୍ଦର ଠେଲା, ଅମୂଲ୍ୟ ମିଶ୍ର, ବିଜୟ କହ୍ନର, ସତ୍ୟ ନାୟକ, ଭାଗବତ ମେହେର,ପ୍ରମୁଖ କମିଟି ଅନନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଖୁଲା ଆକାଶ ରେ ଧାନମଣ୍ଡି, ଅଦିନିଆ ବର୍ଷା ରେ ଭିଜିଲା ଧାନ ବସ୍ତା

Sunil Chandra Nayak

ଦାବି ପୂରଣ ନ ହେବାରୁ ବନ୍ଦାଗାଁ ଗ୍ରାମବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ,ହେଲେ ଅପମାନିତ

Sunil Chandra Nayak

ତୁମୁରା ଠାରେ ବାଇକ ଧକ୍କା ରେ ଗାଈ ମୃତ, ବାଇକ ଚାଳକ ଗୁରୁତର

Sunil Chandra Nayak

Leave a Comment

error: Content is protected !!