ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଲମ ଖୁଲା ପଡିଛି ଟ୍ରାନ୍ସଫର୍ମର : ସବୁ ଦେଖି ଅଧିକାରୀ ଚୁପ 

 ତେନ୍ତୁଳିଖୁଣ୍ଟି – ୨୪/୧୧/୨୨-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଗନାଗୁଡ଼ା ଗ୍ରାମ ଠାରୁ କୁସୁମି ଯିବା ରାସ୍ତା ର ବାମ ପାର୍ଶ୍ୱରେ ବିନା ପାଚେରୀ ରେ ୨ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଭାବେ ରହିଛି।ଏହି ରାସ୍ତା ଦେଇ ପ୍ରତିଦିନ ବସ୍ ଠାରୁ ଆରମ୍ଭ କରି ବାଟୋଇ ମାନେ ପ୍ରତିଦିନ ଯାତାୟତ କରିଥାନ୍ତି।ଏହି ରାସ୍ତା ଦେଇ ପ୍ରତିଦିନ ବସ୍ ରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ବିପଦ ପୂର୍ଣ୍ଣ ଭାବେ ବସ ରେ ଯାତାୟତ କରିଥାନ୍ତି। କେତେ ବେଳେ ଅକସ୍ମାତ ଟିକେ ଅନ୍ୟ ମନସ୍କ ହେଲେ କଥା ସରିଲା।ଏହି ରାସ୍ତା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ନିର୍ମାଣ ହୋଇଛି। ରାସ୍ତା ପାର୍ଶ୍ଵ୍ୱରେ ୨ବିଦ୍ୟୁତ୍ ବିତରଣ ଯନ୍ତ୍ର କୁ ତାରବାଡ ଦେବା ପାଇଁ ଗ୍ରାମବାସୀ ବହୁବାର ବିଦ୍ୟୁତ୍ ବିଭାଗର ଅଧିକାରୀ ଙ୍କୁ ଅବଗତ କରି ଥିଲେ, ହେଲେ ଗ୍ରାମ ବାସିଙ୍କ ଅଭିଯୋଗ କୁ ଅଣ ଶୁଣା କରି ଦେଉଛନ୍ତି ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ମାନେ।ସୂଚନା ଥାଉକି ଗତ ଅକ୍ଟୋବର ମାସ ରେ ଏହି ବ୍ଲକ୍ ର ଝରିଗୁମା ପ୍ରାଥମିକ ବିଦ୍ୟାଳୟ ପାଶ୍ୱ ରେ ବିନା ପାଚେରୀ ବିପଦ ପୂର୍ଣ୍ଣ ଭାବେ ଛାତ୍ର ଛାତ୍ରୀ ଯାତାୟତ କରିବା ସହିତ ମହିଳା ମାନେ ପାଣି ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଖବର ଦୈନିକ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ତୁରନ୍ତ ତାର ବାଡ ନିର୍ମାଣ କରିଥିଲେ। ସେହିଭଳି ଖବର ପ୍ରକାଶ ପାଇବା ପରେ ହିଁ ବିଭାଗୀୟ ଅଧିକାରୀ ଙ୍କ ନିଦ ଭାଙ୍ଗିବ ବୋଲି ଗ୍ରାମବାସୀ ନୀଳକଣ୍ଠ ବିଷୋୟୀ,ସଦେବ ଗୌଡ, ଈଶ୍ୱର ଖୁଣ୍ଟି, ତ୍ରିଲୋଚନ ନାୟକ, ଅଭିମନ୍ୟୁ ବିଶୋଇ, ଅମରତ ବିଷୋୟୀ,ସମେତ ଅନ୍ୟ ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। ଯଦି ତାର ବାଡ ନ ଦେଲେ ଆଗାମୀ ଦିନ ରେ ବିପଦ ପୂର୍ଣ୍ଣ ହୋଇପାରେ ବୋଲି ସୂଚନା ମିଳିଛି।ଏହି ବିଷୟ କୁ ନେଇ ତେନ୍ତୁଳିଖୁଣ୍ଟି ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ ସମ୍ଭବ ନ ହେବାରୁ ପ୍ରତିକ୍ରିୟା ପ୍ରକାଶ କରି ପାରି ନାହୁ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପରିସମାପ୍ତି

Sunil Chandra Nayak

ରାଇରଂଗପୁର ସ୍ଥିତ ପି ସି ଏମ୍ ମଣ୍ଡପ ଠାରେ ସ୍ବାବଲମ୍ବି ଭାରତ ଉପରେ କର୍ମଶାଳା

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!