ସଜ ଗୋଲାପ
ଚିତ୍ତ ରଞ୍ଜନ ଦେହୁରୀ
ସଜ ଗୋଲାପ କୁ ତୋଳିବାକୁ ଗଲି
ହାତରେ ପଶିଲା କଣ୍ଟା ।
ନଇଁ ତୋଳୁ ଥିଲି ସଲଖି ଉଠିଲି
ଭାଙ୍ଗି ଯାଇଥାନ୍ତା ଅଣ୍ଟା ।।
ସଜ ଗୋଲାପ ଟି ଫୁଟି ଆସୁଥିଲା
ଗଛର କଁଅଳ ଡାଳେ ।
ସଜ ଗୋଲାପ କୁ ଛାଡ଼ି ମାଳି ପୁଅ
ଅନ୍ୟ ଫୁଲ ସବୁ ତୋଳେ ।।
କେମିତି କେଜାଣି ସଜ ଗୋଲାପ ରେ
ପଡ଼ିଲା ନଜର ମୋର ।
ତୋଳିବାକୁ ମନେ ଉତ୍କଣ୍ଠିତ ହେଲି
ହୋଇ ଟିକେ ତର ବର ।।
ଡେଇଁ ମର୍ଯ୍ୟାଦା ର ସୁଦୃଢ଼ ପାଚେରୀ
ତୋଳି ବାକୁ ଧାଇଁ ଗଲି ।
ଗୋଲାପ ରହିଲା ଆପଣା ସ୍ଥାନରେ
ଡାଳ ଧରି ତୋଳୁ ଥିଲି ।।
ଗୋଲାପ ର ମନ ମାଳି ପୁଅ ହାତେ
ଦେବ ଶିରେ ଲାଗି ହେବ ।
ହତଭାଗିନି ଟା ଏତିକି ଜାଣିନି
ଭାଗ୍ୟ ତାର କଣ ହେବ ।।
ତୋଳି ଆଣିଥିଲେ ଛାତି ପକେଟ ରେ
ଶୋଭା ପାଇ ଥାନ୍ତା ସିଏ ।
ସଜ ଫୁଟା ଫୁଲ ଆକାଳେ ଝଡିଲେ
ତାକୁ ପଚାରିବ କିଏ ।।
ଅନୁଗୋଳ



