ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସଜ ଗୋଲାପ

ସଜ ଗୋଲାପ

ଚିତ୍ତ ରଞ୍ଜନ ଦେହୁରୀ 

ସଜ ଗୋଲାପ କୁ ତୋଳିବାକୁ ଗଲି
ହାତରେ ପଶିଲା କଣ୍ଟା ।
ନଇଁ ତୋଳୁ ଥିଲି ସଲଖି ଉଠିଲି
ଭାଙ୍ଗି ଯାଇଥାନ୍ତା ଅଣ୍ଟା ।।
ସଜ ଗୋଲାପ ଟି ଫୁଟି ଆସୁଥିଲା 
ଗଛର କଁଅଳ ଡାଳେ ।
ସଜ ଗୋଲାପ କୁ ଛାଡ଼ି ମାଳି ପୁଅ
ଅନ୍ୟ ଫୁଲ ସବୁ ତୋଳେ ।।
କେମିତି କେଜାଣି ସଜ ଗୋଲାପ ରେ
ପଡ଼ିଲା ନଜର ମୋର ।
ତୋଳିବାକୁ ମନେ ଉତ୍କଣ୍ଠିତ ହେଲି 
ହୋଇ ଟିକେ ତର ବର ।।
ଡେଇଁ ମର୍ଯ୍ୟାଦା ର ସୁଦୃଢ଼ ପାଚେରୀ 
ତୋଳି ବାକୁ ଧାଇଁ ଗଲି ।
ଗୋଲାପ ରହିଲା ଆପଣା ସ୍ଥାନରେ
ଡାଳ ଧରି ତୋଳୁ ଥିଲି ।।
ଗୋଲାପ ର ମନ ମାଳି ପୁଅ ହାତେ
ଦେବ ଶିରେ ଲାଗି ହେବ ।
ହତଭାଗିନି ଟା ଏତିକି ଜାଣିନି
ଭାଗ୍ୟ ତାର କଣ ହେବ ।।
ତୋଳି ଆଣିଥିଲେ ଛାତି ପକେଟ ରେ
ଶୋଭା ପାଇ ଥାନ୍ତା ସିଏ ।
ସଜ ଫୁଟା ଫୁଲ ଆକାଳେ ଝଡିଲେ
ତାକୁ ପଚାରିବ କିଏ ।।

ଅନୁଗୋଳ 

Related posts

ଦ୍ୱତୀୟ ତମ ଖଗପତି ପାନ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଟ ୨୦୨୨-୨୩ ପଞ୍ଚମ ଦିନରେ

Sunil Chandra Nayak

ବାଲେଶ୍ଵର – ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଙ୍ଘ ଉପ-ସଭାପତି ହେଲେ ନରେନ୍ଦ୍ର ପ୍ରସାଦ ବେହେରା 

ଲଘୁଚାପଜନିତ ବର୍ଷା ଯୋଗୁଁ ଘର ଭୁଶୁଡିବା ଫଳରେ ବାସଶୂନ୍ୟ ଦୁଇ ପରିବାର 

Sunil Chandra Nayak

Leave a Comment

error: Content is protected !!