ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ,ଜଣେ ମୃତ ଜଣେ ଗୁରୁତର

ବୌଦ୍ଧ :29/11- ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ -କୁଶଙ୍ଗ ପୂର୍ତ୍ତି ରାସ୍ତା ଅଯୋଧ୍ୟା ନିକଟରେ ବାଇକ ଦୁର୍ଘଟଣା ରେ ଜଣେ ମୃତ ଓ ଜଣେ ଗୁରୁତର l ସୂଚନା ମତେ ମଙ୍ଗଳବାର ସକାଳ 9ଟା ସମୟରେ ଧଳପୁର ପଞ୍ଚାୟତ ଧଳପୁର ଗ୍ରାମର ଅଜିତ ପ୍ରଧାନ( 28)ବୁଢୀକଣ ଗ୍ରାମର ଶ୍ରୀକାନ୍ତ ମହାଲ୍ଲିକ(29)ଏକ ବାଇକ ଯୋଗେ କୋଣସି ଏକ କାର୍ଯ୍ୟ ରେ ଯାଇ ଘରକୁ ଫେରିଥିବା ବେଳେ ଅଯୋଧ୍ୟା ନିକଟରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା l ଫଳରେ ଚାଳକ ଶ୍ରୀକାନ୍ତ ମହାଲ୍ଲିକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ସ୍ଥାନୀୟ ବାସିନ୍ଦା ଆମ୍ବୁଲାନ୍ସ ଯୋଗେ ଦୁଇଜଣ ଙ୍କୁ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଡାକ୍ତର ଶ୍ରୀ ମହାଲ୍ଲିକ ଶ୍ରୀକାନ୍ତ ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଅଜିତ କୁ ଏବେ ଚିକିତ୍ସା କରାଯାଉଛି l ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ୍ୟୁ ଶରୀରକୁ ପୋଷ୍ଟ ମୋଟମ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଚଳାଇଥିବା ପୋଲିସ ସୂତ୍ରରୁ ସୂଚନାମିଳିଛି l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ବାଲେଶ୍ବର – ମୁନିସମାଜ ପକ୍ଷରୁ ବୃକ୍ଷରୋପଣ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା; ୬୪୮ ବେକାର ଯୁବକଯୁବତୀଙ୍କ ନାମ ହେଲା ପଞ୍ଜିକରଣ

Sunil Chandra Nayak

Leave a Comment

error: Content is protected !!