ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା/ ଜୟ ମା ମହାଲକ୍ଷ୍ମୀ

ଜୟ ମା ମହାଲକ୍ଷ୍ମୀ

ଜୟ ଜୟ ମହାଲକ୍ଷ୍ମୀ ଅନ୍ନ ପ୍ରଦାୟନୀ
ପଡିଦାତ୍ରୀ ତପସ୍ବନୀ ଦେବୀ ନାରାୟଣୀ।।
କି ଦେଇ ପୂଜିବି ମାଗୋ ସବୁ ତୁମ ଦାନ
ଢାଳୁଛି ମା ଭକ୍ତି ଅର୍ଘ୍ୟ କର ଗୋ ଗ୍ରହଣ।।
ପଦ୍ମଫୁଲ ଶ୍ରଦ୍ଧା ବୋଲି ପଦ୍ମ ବିଳାସିନୀ
କିଞ୍ଚିତେ ସୁଦୟା କର ଜଗତ ଜନନୀ।।
ସାଗର ତନୟା ମାଗୋ ଦରିଦ୍ର ଭଞ୍ଜନୀ
ବିଷ୍ଣୁ ପାଟରାଣୀ ମାଗୋ ଦେବୀ କମଳିନୀ।।
ତୋର ଦୟା ହେଲେ ମାଗୋ ଦୁଃଖି ଜନଙ୍କର
ନିମିଷକେ ଦୁଃଖ ଦୂର ହୁଏ ତାହାଙ୍କର।।
ସଭିଙ୍କୁ ତୁ ପାଳୁ ମାଗୋ କିଟୁ ବ୍ରହ୍ମ ଯାଏ
ଅନ୍ନପୂର୍ଣ୍ଣା ନାମ ଗୋଟି ତୋର ଶୋଭାପାଏ।।
ଧରି ତୋର ନାମ ମାଗୋ ଯେ କରେ ବାଣିଜ୍ୟ
ବହୁ ଅର୍ଥ ଲାଭ ହୁଏ ମିଲଇ ଐଶ୍ଵର୍ଯ୍ୟ।।
ଭକତିରେ ତୋର ନାମ ନିତି ଯେ ସ୍ମରଇ
ଦାରିଦ୍ରତା ପଣ ତାର ଯାଏ ମା ଦୂରେଇ।।
ତୋ ବେନି ଚରଣେ ମାଗୋ କରୁଛି ବିନତି
କୃପାକର କୃପାମୟୀ ଘେନ ମୋ ପ୍ରଣତି।।
ଆରତ ଭଞ୍ଜନୀ ମାଗୋ ସତ୍ୟସନାତନୀ
କୃପା ନେତ୍ରେ ଚାହଁ ବାରେ ଏତିକି ମାଗୁଣି।।

               ମମତା ସାହୁ 

                ଗାଈଗାଁ, କଳାହାଣ୍ଡି

Related posts

ଧବଳେଶ୍ଵର ନାଏକ ମେମୋରିଆଲ କ୍ରିକେଟ , ଉଦ୍ଘାଟନୀ ମ୍ୟାଚରେ ଚିଚିଆ ଦଳ ବିଜୟୀ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମୃତ୍ୟୁ 

Sunil Chandra Nayak

ରଞ୍ଜିତା ପତି ଙ୍କ କବିତା ପ୍ରାରଵ୍ଧ

Sunil Chandra Nayak

Leave a Comment

error: Content is protected !!