ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ଦୋଳନ ରେ ଯୋଗ ଦେବାକୁ ଆସିବା ବେଳେ ବାଇକ ଧକ୍କାରେ ପାଚିକା ଗୁରୁତର

କୋକସରା,୩୦/୧୧-  (ମ ନି ସ) ଅଲ ଓଡିଶା ଅଙ୍ଗନବାଡ଼ି କର୍ମି ଓ ପାଚିକା ସହାୟିକାଙ୍କ ୮ ଦଫା ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ କୋକସରା ବ୍ଲକରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର ଏହି ଆନ୍ଦୋଳନରେ ଯୋଗଦେବାକୁ କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଅଙ୍ଗନବାଡ଼ି କେନ୍ଦ୍ର ୨ ର ପାଚିକା ପଦ୍ମା ଦେଇ(୫୫) ବସରୁ ଓଲ୍ଲେଇ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ ଧକ୍କା ଦେବାରୁ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସାଥି ପାଚିକା ଓ ଅଙ୍ଗନବାଡ଼ି କର୍ମି ମାନେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ବାମ ହାତ ରେ ଆଘାତ ହୋଇଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ଅବିନାଶ ମହାପାତ୍ର ଙ୍କ କବିତା ଏହି ତ ଜୀବନ ବ୍ୟଥା

Sunil Chandra Nayak

ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିରେ ଡାକ୍ତରଖାନାରେ ଫଳ ବଣ୍ଟନ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

Leave a Comment

error: Content is protected !!