ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କୁଣିଆ

  କୁଣିଆ 

   ଦିଲ୍ଲୀପ କୁମାର ନନ୍ଦୀ 

ସେ ଆସେ,
     ବେଳେ ବେଳେ ଜଣେଇ,
ସମସ୍ତଙ୍କୁ ଜଣେଇ ଆସେ,
ଡେଙ୍ଗୁରା ପିଟି ହୋ ହାଲ୍ଲା
ଆଉ, କୋଳାହଳ ଭିତରେ ଆସେ।।
କେବେ କେବେ ଗର୍ଜନ ତର୍ଜନରେ
ପବନର ନାଦରେ ବିଜୁଳି ଆଲୁଅରେ
ମେଘରେ ଘଡ଼ଘଡ଼ିରେ ବି ଆସେ।।
ନଦୀର ପ୍ଲାବିତ ସ୍ରୋତରେ
କେବେ ପୁଣି ଭୂସ୍ଖଳନରେ ଆସେ
ରୋଗରେ ପାଗରେ ଦିନରେ ରାତିରେ,
ସର୍ବୋପରି ନିଶାର ଅନ୍ଧକାରରେ ମଧ୍ୟ ଆସେ।।
କେବେ ପୁଣି ନିଶବ୍ଦ ଆଉ ବିନା ନିମନ୍ତ୍ରଣର ଅତିଥି ଭାବରେ ଆସେ।।
ସେ କିନ୍ତୁ ଆତିଥ୍ୟର ଚର୍ଚ୍ଚାରେ ଆପ୍ୟାୟିତ ହୁଏ ନାହିଁ,
ସେ ଫେରିଗଲା ପରେ ଶୋକ ଓ କ୍ରନ୍ଦନର କୋଳାହଳର ସୁଅ ଛୁଟେ 
ନିସ୍ତବ୍ଧ କରି ଦେଇଯାଏ ସମସ୍ତଙ୍କୁ
ସୃଷ୍ଟି କରିଯାଏ ନୂଆ ଏକ ଦିଗନ୍ତ
ଶୋକ ଦୁଃଖ ଆଉ ଦୁଃଖ ଖାଲି
ଭରିଯାଏ ସଭିଙ୍କ ମନ ଆଉ ଆତ୍ମାରେ,
ସେ ମୃତ୍ୟୁ
ସେ ମରଣ
ସେ ଇହଲୀଳା ସମ୍ବରଣ,
ସେ ପରା ସତ୍ୟ ସତ୍ୟ ଆଉ ସତ୍ୟ
ସେ ହିଁ କେବଳ ଚିରନ୍ତନ ସତ୍ୟ।।

 ଧର୍ମଶାଳା, ଯାଜପୁର 

Related posts

କଳାହାଣ୍ଡି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ମକ୍ ଡ୍ରିଲ୍ ଅଭ୍ୟାସ 

Sunil Chandra Nayak

ଡ୍ରେନେଜ ବ୍ୟବସ୍ଥା ନାହିଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଅନଳ ବର୍ଷା

Leave a Comment

error: Content is protected !!