ବାଲେଶ୍ଵର,୦୨/୧୨/୨୨- ଓଡିଶା ବ୍ରାହ୍ମଣ ମହାସଂଘ ଭଦ୍ରକ ଜିଲ୍ଲା ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ ଭଦ୍ରକ ଜିଲ୍ଲା ବରପଦା ନିକଟସ୍ଥ ସରସ୍ୱତୀ ବିହାର ପରିସରରେ ଆଜି(୦୨/୧୨/୨୨) ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମ ଦିବା ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ଜିଲ୍ଲାର ବ୍ରାହ୍ମଣ(ପଣ୍ଡିତ) ମାନଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମହାସଂଘର ଜିଲ୍ଲା ସଂପାଦକ ବସନ୍ତ କୁମାର ଦୀକ୍ଷିତ ଓ ରାଜ୍ୟ ସଭାପତି ଡ. ସଦାନନ୍ଦ ଦୀକ୍ଷିତ ଜଣାଇଛନ୍ତି । ଏଥିରେ ରାଜ୍ୟ କର୍ମକର୍ତ୍ତା, ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ଏବଂ ବହୁ ବିଶିଷ୍ଟ ବ୍ଯକ୍ତି ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ସମ୍ମିଳନୀରେ ଉପସ୍ଥିତ ରହି ବ୍ରାହ୍ମଣ ସଂଗଠନକୁ ଶକ୍ତିଶାଳୀ କରିବା ନିମନ୍ତେ ସହଯୋଗ କରିବାକୁ ସବୁବର୍ଗର ବ୍ଯକ୍ତି ବିଶେଷଙ୍କୁ ସାଦର ନିମନ୍ତ୍ରଣ ରହିଛି । ଏହି ସମ୍ମିଳନୀରେ ଯୋଗଦେବା ନିମନ୍ତେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଜିଲ୍ଲା ସଂପାଦ ସାଦର ନିମନ୍ତ୍ରଣ ଜଣାଇଛନ୍ତି । ଉକ୍ତ ନିମନ୍ତ୍ରଣ ପାଇ ଶ୍ରୀ ବେହେରା ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।