ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଶନ ସ୍କୁଲ ର ୨୯ ତମ ବାର୍ଷିକ ଉତ୍ସବ

ଶିକ୍ଷା ସଙ୍ଗେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଲେ ଯାଇ ଆମେ ପ୍ରକୃତ ଶିକ୍ଷିତ ହେବା 

ଧର୍ମଗଡ:୩/୧୨/୨୨:/ଶିକ୍ଷା ସଙ୍ଗେ ସଙ୍ଗେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଲେ ଯାଇ ଆମେ ପ୍ରକୃତ ଶିକ୍ଷିତ ହେବା । ତେଣୁ ସମସ୍ତ ଛାତ୍ର, ଛାତ୍ରୀ ଓ ଅଭିଭାବକ ସ୍ବଚ୍ଛତା ଉପରେ ଧ୍ୟାନ ଦେଇ ଆମ ଘର ଓ ସହର କୁ ସ୍ବଚ୍ଛ ରଖିଲେ ହିଁ ଯାଇ ପ୍ରକୃତ ଶିକ୍ଷିତ ବୋଲାଇବା ବୋଲି ମୂଖ୍ୟ ଅତିଥି ଶ୍ରୀ ବେଦ ଭୁଷଣ ପ୍ରକାଶ କରିଥିଲେ ।

ଆଜି ଧର୍ମଗଡ ସ୍ଥିତ ଏଲ୍ ନିଶି ମିସନ୍ ସ୍କୁଲ ର ୨୯ ତମ ବାର୍ଷିକ ଉତ୍ସବ କୁଟରୁ ସ୍ଥିତ ସ୍କୁଲ ପରିସର ଠାରେ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ର ନିର୍ଦେଶକ କେ.ଜୟ କୁଟ୍ଟି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୁଷଣ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଇଓ ନବ କିଶୋର ସାହୁ, ପ୍ରଫେସର ସତ୍ୟ ପଟ୍ଟନାୟକ, ମହିଳା ମହାବିଦ୍ୟାଳୟ ଯୁକ୍ତ ଦୁଇ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ, ପ୍ରମୁଖ ମଞ୍ଚାସିନ ଥିଲେ । ୧୯୯୩ ରେ ସ୍ଥାପିତ ଏଲନିଶି ମିଶନ ସ୍କୁଲ ଦୀର୍ଘ ୩୦ ବର୍ଷ ମଧ୍ୟ ରେ ଅନେକ ମେଧାବୀ ସୃଷ୍ଟି କରିବା ରେ ସଫଳ ହୋଇ ଥିବା ବେଳେ ଏହି ବିଦ୍ୟାଳୟ ରୁ ପାସ ଆଉଟ୍ ହୋଇଥିବା ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ଏବଂ ଅନ୍ୟ କ୍ଷେତ୍ର ରେ ସଫଳତା ହାସଲ କରି ଅଞ୍ଚଳ କୁ ଗୌରବାନ୍ଵିତ କରିଛନ୍ତି ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ଏହି ଅବସର ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ସଭା କାର୍ଯ୍ୟ କୁ ବିନୋଦ ବାରିକ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଛାତ୍ର, ଜିତ କଶ୍ୟପ, ଶ୍ରିଜୀତ ଅଗ୍ରୱାଲ, ଛାତ୍ରୀ ପ୍ରଦ୍ୟାଶା ପରିଡ଼ା , ପ୍ରାଞ୍ଜଳ ତିୱାରୀ ପରିଚାଳନା କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଆଇପିଏଲ କ୍ରିକେଟ ବେଟିଂ ଜାଲରେ ଜୁନାଗଡ଼ ,ପଥଭ୍ରଷ୍ଟ କରୁଛି ଯୁବଗୋଷ୍ଠୀଙ୍କୁ

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

Leave a Comment

error: Content is protected !!