ନୂଆପଡ଼ା, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ରେ କାମଧନ୍ଦ ଅଭାବରୁ ଗତ ଦୀପାବଳି ପରେ ନୂଆପଡା ଜିଲ୍ଲା ରଜନା, ଘୋଟଶ୍ବର, ତରବୋଡ ବେଲଗାଁ ଆଦି ଗାଁର ୬୫ ଜଣ ଶ୍ରମିକ ଜଣେ ଦଲାଲ ସାହାଯ୍ୟରେ ହାଇଦ୍ରାବାଦ ନିକଟ ସିଲସିଲା ଚନ୍ଦ୍ରମପେଟକୁ ଇଟା ଗଢ଼ିବାକୁ ଯାଇଥିଲେ। ସେଠାରେ ୨ମାସ କାମ କରିବା ପରେ ଇଟାଭାଟି ମାଲିକ ଶ୍ରମିକଙ୍କୁ ଖାଇବାକୁ ନଦେବା ସହ ମାଡ୍ପିଟ୍ କରି ଅକଥନୀୟ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଏହି ଖବର ଗଣମଧ୍ୟମରେ ପ୍ରକାଶ ପାଇବା ପରେ ସ୍ବେଛାସେବୀ ଦୀପା ବାରିକ ଟ୍ଵିଟଟ ମାଧ୍ୟରେ ହାଇଦ୍ରାବାଦ ପ୍ରଶାସନଙ୍କୁ ଜଣାଇଥିଲେ। ଏହା ପରେ ହାଇଦ୍ରାବାଦ ପୁଲିସ ଓ ପ୍ରଶାସନ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଟ୍ରେନରେ ଆଣି ରାତି ୮ଟାରେ ଖରିଆର ରୋଡ୍ ରେଳଷ୍ଟେସନରେ ପହଞ୍ଚିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post