ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କୋକସରା,୦୬/୧୨/ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ପ୍ରତି ପଞ୍ଚାୟତ ରେ ଲୋକଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟା ର ସମାଧାନ ପାଇଁ ଏହି ଶିବିର ବିଗତ କିଛିମାସ ହେବ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମ ରେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ଙ୍କ ଅଧ୍ୟକ୍ଷତାରେ ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ମୋହନ ଚରଣ ଜେନା,ସମିତି ସଭ୍ୟ ପାର୍ବତୀ ବାଗ ,ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ,ଜିପିଓ ନାରାୟଣ ଭୋଇ, କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ସୌନ୍ଦର୍ଯ୍ୟ ନାଏକ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ,ମତ୍ସ୍ୟ ଅଧିକାରୀ ଲଳିତ ମହାନନ୍ଦ, ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପରିଡା,ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, ସମନ୍ୱିତ ଶିଶୁ ବିଭାଗ ସୁପରଭାଇଜର ପ୍ରିୟସିନି ତାଣ୍ଡି,,ବ୍ଲକ ଯୋଗାଣ ବିଭାଗ ଡି ଓ ଅରବିନ୍ଦ ଚଳାନ, ମହିଳା ସ୍ୱାସ୍ଥ୍ୟ କର୍ମି ମୀରାବତି ନାଏକ, ଅଙ୍ଗନବାଡ଼ି ଓ ଆଶା କର୍ମି ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ପିଡ଼ିଏସ, ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟକ୍ରମ କୁ ପିଓଇ ଆନନ୍ଦ ରାମ ସୁନାନୀ, ଗ୍ରାମ ରୋଜଗାର ସେବକ ଶିବରାମ ଗହୀର ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଯୁଗ୍ମ ଜନଶୁଣାଣୀ ଶିବିର କୁ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଶତାଧିକ ହିତାଧିକାରୀ ମାନେ ଅଭିଯୋଗ ନେଇ ଆସିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଷ୍ଟ୍ରପତି ଙ୍କ ପ୍ରତି ବିବାଦୀୟ ସମ୍ବୋଧନ କୁ ଧର୍ମଗଡ ଭାଜପା ର ବିରୋଧ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଦ୍ୱାରା ବନ ମହୋତ୍ସବ କାର୍ଯ୍ୟକ୍ରମ

ଅପର୍ତ୍ତି ସେଠୀ ଙ୍କ କବିତା ଏତ କଳିଯୁଗ ବାଣୀ

Sunil Chandra Nayak

Leave a Comment

error: Content is protected !!