ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗି ଲକ୍ଷାଧିକ ଟଙ୍କା ଆଖୁ ଫସଲ ନଷ୍ଟ

ତେନ୍ତୁଳିଖୁଣ୍ଟି -୦୭/୧୨/୨୨-/ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମର ଦେବେନ୍ଦ୍ର ଦୋରା ଙ୍କ ଆଖୁ ବାଡ଼ରେ ନିଆଁ ଲାଗି ଚାରି ରୁ ପାଞ୍ଚ ଏକର ଆଖୁ ଫସଲ ପଡ଼ି ଯାଇଛି ବର୍ଷକର ଫସଲ ନଷ୍ଟ ହୋଇଯାଇଥିବା ରୁ ଦେବେନ୍ଦ୍ର ଦୋରା ମନ ଦୁଃଖ ରେ ଥିବା ଦେଖିବାକୁ ମିଳିଛି।ଆଖୁ ବାଡ଼ରେ କିପରି ନିଆଁ ଲାଗିଲା ବର୍ତମାନ ସୁଦ୍ଧା ଜଣାପଡି ନଥିବାବେଳେ ନିଆଁ ଲିଭାଇବାକୁ ତିନୋଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି ।ପ୍ରାୟ ନବେ ପ୍ରତିଶତ ଆଖୁ ଫସଲ ପୋଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।ସେହିପରି ବିଗତ ବର୍ଷ ମଧ୍ୟ ଅନେକ ଙ୍କ ଆଖୁ ଫସଲ ନିଆଁ ଲାଗି ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ସରକାର ଙ୍କ ଠାରୁ କୌଣସି କ୍ଷତି ପୁରଣ ପାଇନଥିବା ବେଳେ ଚଳିତ ବର୍ଷ ଚାଷର ପ୍ରଥମ ଅମଳ ଠାରୁ ନିଆଁ ଲାଗି ପୋଡ଼ି ନଷ୍ଟ ହେବା ଚାଷୀ କୁଳକୁ ବହୁତ ବଡ଼ ଧକ୍କା ଲାଗିଚି । ସରକାର ଙ୍କ ଦ୍ଵାରା କ୍ଷୟକ୍ଷତି ଆକଳନ କରି କ୍ଷତି ପୁରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଯନ୍ତ୍ରଣା

Sunil Chandra Nayak

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ

Sunil Chandra Nayak

ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲା ଜନଜାଗରଣ ମଞ୍ଚ

Sunil Chandra Nayak

Leave a Comment

error: Content is protected !!