ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗି ଲକ୍ଷାଧିକ ଟଙ୍କା ଆଖୁ ଫସଲ ନଷ୍ଟ

ତେନ୍ତୁଳିଖୁଣ୍ଟି -୦୭/୧୨/୨୨-/ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମର ଦେବେନ୍ଦ୍ର ଦୋରା ଙ୍କ ଆଖୁ ବାଡ଼ରେ ନିଆଁ ଲାଗି ଚାରି ରୁ ପାଞ୍ଚ ଏକର ଆଖୁ ଫସଲ ପଡ଼ି ଯାଇଛି ବର୍ଷକର ଫସଲ ନଷ୍ଟ ହୋଇଯାଇଥିବା ରୁ ଦେବେନ୍ଦ୍ର ଦୋରା ମନ ଦୁଃଖ ରେ ଥିବା ଦେଖିବାକୁ ମିଳିଛି।ଆଖୁ ବାଡ଼ରେ କିପରି ନିଆଁ ଲାଗିଲା ବର୍ତମାନ ସୁଦ୍ଧା ଜଣାପଡି ନଥିବାବେଳେ ନିଆଁ ଲିଭାଇବାକୁ ତିନୋଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି ।ପ୍ରାୟ ନବେ ପ୍ରତିଶତ ଆଖୁ ଫସଲ ପୋଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।ସେହିପରି ବିଗତ ବର୍ଷ ମଧ୍ୟ ଅନେକ ଙ୍କ ଆଖୁ ଫସଲ ନିଆଁ ଲାଗି ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ସରକାର ଙ୍କ ଠାରୁ କୌଣସି କ୍ଷତି ପୁରଣ ପାଇନଥିବା ବେଳେ ଚଳିତ ବର୍ଷ ଚାଷର ପ୍ରଥମ ଅମଳ ଠାରୁ ନିଆଁ ଲାଗି ପୋଡ଼ି ନଷ୍ଟ ହେବା ଚାଷୀ କୁଳକୁ ବହୁତ ବଡ଼ ଧକ୍କା ଲାଗିଚି । ସରକାର ଙ୍କ ଦ୍ଵାରା କ୍ଷୟକ୍ଷତି ଆକଳନ କରି କ୍ଷତି ପୁରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଉମାକାନ୍ତ ଦାସ ଙ୍କ କବିତା ଧାରା ଶ୍ରାବଣ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ବୁଢ଼ାର୍‌ ଧଂଗ୍‌ରା ସୋର୍‌

Sunil Chandra Nayak

ଭଣ୍ଡାର ଘରଣୀ ମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ , ଦୁର୍ଗନ୍ଧ ପରିବେଶ ରେ ଲୋକେ ଅସ୍ତ୍ୟବ୍ୟସ୍ତ

Sunil Chandra Nayak

Leave a Comment

error: Content is protected !!