ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେବ ପରିଡ଼ା ଙ୍କ କବିତା ଜଣାଣ

ଜଣାଣ

ସହଦେବ ପରିଡ଼ା

ହେ ମଣିମା ହେଉ ହେ ଗୂହାରୀ ଶୁଣିମା
ଜୀଵନ ଜଞ୍ଜାଳ ବିଷମ ଜଗତେ
ତୁମକୁ ମୁଁ ବୁଝି ପାରୂନି
ବୟସର ସୂର୍ଯ୍ୟ ଅସ୍ତହେବା ପୂର୍ବରୁ
ତୁମକୁ ଭଜି ପାରୁ ନି
ହେ,,, ମଣିମା ହେ,,, ମଣିମା।।
କରମ କଷଣେ ପିଡିତ ମୁଁ ସଦା
ଭଜିଵାକୁ ବେଳ ପାଉନି
ମୁଁ ମୋର ଭାଵ ଛନ୍ଦି ପକାଉଛି
ଅହଂକାର ମୋର ଯାଉନି
ହେ,,, ମଣିମା ହେ ମଣିମା ।।
ଶୁଣିଛି ଗୀତାରେ ଆଉ ଭାଗବତରେ
ତୁମକୁ ଯେ ଜାଣି ପାରିନି
ମଣିଷ ଜନମ ତାର ବୃଥା ହୁଏ ରେ
କିପରି ଭଜିବି ଜାଣୁନି
ହେ,,, ମଣିମା ହେ ମଣିମା।।
ଅନ୍ତିମ ସମୟେ ତୁମେ ସାହା ହେଲେ
ଆଉ ଥରେ ପାରେ ଜନମି
ତୁମେ କୃପା କଲେ ମଣିଷ ହୋଇ ମୁଁ
ତୁମ ପାଦ ପ୍ରଭୁ ସେବି
ହେ ମଣିମା ହେ ମଣିମା।।

କୋଶାଗୁମୁଡ଼ା

Related posts

ପୂଜାରିଗୁଡା ଗ୍ରାମ ପଞ୍ଚାୟତ :ମୃତ ହିତାଧିକାରୀ ଙ୍କ ନାମରେ ଉଠୁଛି ଚାଉଳ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି.. ଜେଜେଏମ୍‌ ଯୋଜନାରେ ରାଜ୍ୟର ତିନୋଟି ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ

Sunil Chandra Nayak

Leave a Comment

error: Content is protected !!