ଭବାନୀପାଟଣା :- ଆଗାମୀ ପଞ୍ଚାୟତ ନିର୍ବାଚନ ଅଵସରରେ ସରକାରୀ କଳ ର ଜୁଳୁମ ଆରମ୍ଭ ।ସୀମାନ୍ତ ଛତିଶଗଡ଼ ର ଦେଭୋଗ, ଗୋହେରା ପଦର ପ୍ରଭୃତି ଅଞ୍ଚଳ ପାଇଁ ଧର୍ମଗଡ଼ ଓ ଜୁନାଗଡ଼ ହିଁ ମୁଖ୍ୟ ସହର ଅଟେ ।ସାଧାରଣ ଜନତା ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ପାଇଁ କଳାହାଣ୍ଡି ର ସୀମାନ୍ତ ସହର ଉପରେ ନିର୍ଭରଶୀଳ ।ଜିଲ୍ଲା ର ଆର ଟି ଓ ବିଭାଗ ନିୟମିତ ଯାନବାହନ ଚେକ ଆଢୁଆଳରେ ଛତିଶଗଡ଼ ରେଜିଷ୍ଟ୍ରେସନ ଚାରି ଚକିଆ ଯାନ ଗୁଡିକୁ ଅଟକାଇ ଚେକିଂ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବେସରକାରୀ ଗୁଡିକୁ ଚଳାନ କାଟି ଚାରି ଦିନ ପାଇଁ ବୁକ କରୁଛନ୍ତି ।ବେସରକାରୀ ଗୁଡିକ ନିଜ ଅସୁବିଧା ଦର୍ଶାଇ ମନା କଲେ କଳାହାଣ୍ଡି କିମ୍ବା ଓଡିଶା ଭିତରକୁ ପଶେଇ ଦିଆ ଯିବ ନାହିଁ ବୋଲି ସରକାରୀ ଅଧିକାରୀ ଜଣକ ଧମକ ଦେଉଥିବା ଦେଖିବାକୁ ମିଳୁଛୁ ।ଆର ଟି ଓ ବିଭାଗ ର ଏପରି ଯୋର ଜବରଦସ୍ତ ଜୁଳୁମ ବରଦାସ୍ତ ଯୋଗ୍ୟ ନୁହଁ । ତେବେ ଜିଲ୍ଲାର ଆର ଟି ଓ ବିଭାଗ ପ୍ରଥମେ ଜିଲ୍ଲା ର ଯାନ ବାହାନ ବୁକ କରିବା ସହ ଆବଶ୍ୟକ ପଡ଼ିଲେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଆର ଟି ଓ ଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ଯାନ ଯୋଗାଇବା ପାଇଁ ଅନୁରୋଧ କରିବା ଉଚିତ ।ଏପରି ଜୋର ଜୁଳୁମ ଯୋଗୁଁ ଛତିଶଗଡ଼ ର ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ଓ ଦୁର୍ଦଶା ର ସମ୍ମୁଖୀନ ହେବେ ଏଇଥିପାଇଁ ଦାୟୀ କିଏ ହେବ ।ଚିକିତ୍ସା ନ ପାଇ ଛତିଶଗଡ଼ ଲୋକ ଙ୍କ ମୃତ୍ୟୁ ହେଲେ କଳାହାଣ୍ଡି ଆର ଟି ଓ ବିଭାଗ ଦାୟୀ ହେବେ ନା ରାଜ୍ୟ ସରକାର ଦାୟୀ ହେବେ ଏ ପ୍ରଶ୍ନ ର ଉତ୍ତର ଦେବ କିଏ ହେବେ ବୋଲି କଳାହାଣ୍ଡି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ମହମ୍ମଦ ଅଲ୍ଲୀ ଜିଲ୍ଲା ପ୍ରଶାସନ ଙ୍କୁ ପ୍ରଶ୍ନ କରିଛନ୍ତି ।ସରକାର ଯଦି ଛତିଶଗଡ଼ ପଟୁ ଆସୁଥିବା ଯାନ ବାହାନ ଗୁଡିକ ଉପରେ ମାତ୍ରାଧିକ ଜୁଳୁମ କଲେ ଛତିଶଗଡ଼ ପ୍ରଶାସନ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରୁ ନିୟମିତ ଛତିଶଗଡ଼ ଯାଉଥିବା ଗାଡି ମାନଙ୍କୁ ଅଟକାଇ ଜୁଳୁମ କଲେ କିଏ ଦାୟୀ ହେବ ବୋଲି ମଧ୍ୟ ଜିଲ୍ଲା ପ୍ରଶାସନ ଙ୍କୁ ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରଶ୍ନ କରିଛନ୍ତି ।ମହମ୍ମଦ ଅଲ୍ଲୀ , ଅଧ୍ୟକ୍ଷ କଂଗ୍ରେସ ସୋସିଆଲ ମିଡିଆ ସେଲ ।କଳାହାଣ୍ଡି ।
next post