ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରଆଇଟିରେ ମାନବ ଅଧିକାର ଦିବସ ପାଳନ

ରାଉରକେଲା/ କଲୁଙ୍ଗା ସ୍ଥିତ ଆରଆଇଟି ରେ ବିଶ୍ବ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଇନଷ୍ଟିଚ୍ୟୁଟ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ଅଧ୍ୟାପକ ପ୍ରମୋଦ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଚଳିତ ବର୍ଷ ବାର୍ତ୍ତା ରହିଛି ଯେ ସମସ୍ତଙ୍କ ପାଇଁ ସମ୍ମାନ, ସ୍ବାଧୀନତା ଏବଂ ନ୍ୟାୟ । ମାନବିକ ଅଧିକାର ସୁରକ୍ଷା ପାଇଁ ସମଗ୍ର ବିଶ୍ବ ବର୍ତ୍ତମାନ ଅନେକ ଅଦୃଶ୍ୟ ତଥା ଅବାସ୍ତବ ଆହ୍ୱାନର ସମ୍ମୁଖୀନ ହେଉଛି । ସଂପ୍ରତି ମାନବିକ ଅଧିକାର ଯଥା ନାଗରିକ, ସାଂସ୍କୃତିକ,ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଅଧିକାର ଆଦିକୁ ସୁରକ୍ଷା କରିବା ପାଇଁ ପ୍ରତିବଦ୍ଧତା ପ୍ରତି ଏକ ଆହ୍ବାନ ସୃଷ୍ଟି କରୁଛି । ମଣିଷ ହୋଇ ମଣିଷ ପରି ବଂଚିବା ସମସ୍ତଙ୍କର ଅଧିକାର । ଏଥିରୁ ତିଳେମାତ୍ର ବିଚ୍ୟୁତି ମାନବ ଅଧିକାର ଉଲଂଘନରେ ଗଣା ହେବ । ତେବେ ଅତିଥି ଦ୍ବୟ ଏଥିପାଇଁ ସଚେତନତା କୁ ଗୁରୁତ୍ବାରୋପ କରିଥିଲେ । ଶେଷରେ ଫେଲିକ୍ସ ଖେସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ରଥ, ସୂର୍ଯ୍ୟକାନ୍ତ ପରିଡା,ଶଙ୍କର ପ୍ରଧାନ,ଅଜୟ ବେହେରା, ପ୍ରତାପ ସାମଲ,ଲୁସି ଲାକ୍ରା,ଅଞ୍ଜଳି କୁଲୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋକସରା ଠାରେ ମାଁ ଠାକୁରାଣୀଙ୍କ ଘଟଯାତ୍ରା

Sunil Chandra Nayak

ବୁଢ଼ୀପଦର ରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୫ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ବହିଷ୍କାର ଓ ୨ ଜଣଙ୍କ ପେନ୍‌ସନ୍‌ ବନ୍ଦ

Sunil Chandra Nayak

Leave a Comment

error: Content is protected !!