ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ତୁଷୁରା ଇଲେଭେନ୍ ଷ୍ଟାର ଚମ୍ପିୟାନ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି l ଫାଇନାଲ ମ୍ୟାଚ ତୁର୍ଲା (ଟିଟିଲାଗଡ଼) ଓ ତୁଷୁରା ଇଲେଭେନ୍ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ତୁଷୁରା ଇଲେଭେନ ଷ୍ଟାର ଦଳ ୨-୦ ଗୋଲରେ ତୁର୍ଲା (ଟିଟିଲାଗଡ଼)କୁ ପରାସ୍ତ କରି ଚଳିତବର୍ଷ ୨୦୨୨-୨୩ ରିଷିଡା କପ ଚମ୍ପିୟାନ ହୋଇଛି l ମ୍ୟାଚକୁ ଇଣ୍ଟରନେସନାଲ ରେଫରୀ ନବୀନ ନାଏକ, ଲଳିତ ସାହୁ, ଲଳିତ ଦାସ ଓ ପିଙ୍କୁ ଚନ୍ଦନ ପରିଚାଳନା କରିଥିଲେ l ଏହି ମ୍ୟାଚରେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନିସାହୁ ମୁଖ୍ୟଅତିଥି, ରିଷିଡା ସରପଞ୍ଚ ସେବତୀ ରଣା, ରିଷିଡା ସମିତିସଭ୍ୟ ନିମାଇଁ ଚରଣ ବେହେରା, ରିଷିଡା ସେବା ସମବାୟ ସମିତିର ଉପସଭାପତି ସୁଶାନ୍ତି ରଣା, କର୍ଲାମୁଣ୍ଡା ବ୍ଲକ ପ୍ରେସ କ୍ଳବ ସମ୍ପାଦକ ପ୍ରଦୀପ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ l ଟୁର୍ଣ୍ଣାମେଣ୍ଟ ସଭାପତି ନରୋତ୍ତମ ସେଲମା ସଭାପତିତ୍ୱ କରିଥିଲେ l ଆୟୋଜକ ଯୁବାମଞ୍ଚ ପକ୍ଷରୁ ପୁରାତନ ଖେଳାଳି ଦୀନବନ୍ଧୁ ସାହୁ, ଆନ୍ତର୍ଯ୍ୟାମି ସାହୁ, ଚନ୍ଦ୍ରମଣି କୁମୁରା, ଉମାକାନ୍ତ ସାହୁ, ଧବଳେଶ୍ୱର ଦଣ୍ଡସେନାଙ୍କୁ ସମ୍ମାନିତ କରାଯାଇଥିଲା l ମେନ ଅଫ ଦ ମ୍ୟାଚ ଭାବେ କରଣ ଦଣ୍ଡସେନା ଓ ମେନ ଅଫ ଦ ଟୁର୍ଣ୍ଣାର୍ମେଣ୍ଟ ଭାବେ ଗୋବିନ୍ଦ ମାଝୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ଓ ବିଜେତା ଏବଂ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯାଇଥିଲା l ଆୟୋଜକ କମିଟି ସମ୍ପାଦକ ସୌମ୍ୟ ରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ସମ୍ପାଦକ ଉମାକାନ୍ତ ଭୋଇ, ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା, ସାମ୍ବାଦିକ ସତ୍ୟ ନାରାୟଣ କୁମାର, ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧ୍ୟକ୍ଷ ଲିପୁନ ରଣା, ସହ ସମ୍ପାଦକ ଦେବେନ୍ଦ୍ର ଲେଙ୍କା, ଶ୍ରବଣ ପୁଟା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ, ଲିପୁ ରଣା ପ୍ରମୁଖ ସହଯୋଗ କରିଥିବାବେଳେ କମ୍ବୁପାଣି ସାହୁ ଓ ମଧୁସୂଦନ ବାଗ ଧାରାବିବରଣୀ ପ୍ରଦାନ କରିଥିଲେ l ସ୍କୋରବୋର୍ଡ ଦାଇତ୍ୱ ରେ ଗୋବର୍ଦ୍ଧନ ମାଝୀ ଓ ରଶ୍ମି ରଞ୍ଜନ ଲେଙ୍କା ରହିଥିଲେ l ସଭାକାର୍ଯ୍ୟକୁ ମଧୁସୂଦନ ବାଗ ସଂଯୋଜନା କରିଥିଲେ l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଖଡ଼ିଆଳରେ ଜମୁଛି ନିର୍ବାଚନ ପ୍ରଚାର

Sunil Chandra Nayak

କୋର୍ଟ ପରିସରରେ ବୃକ୍ଷ ରୋପଣ

Sunil Chandra Nayak

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗର୍ଭଣା ସଂକ୍ରାନ୍ତି

Sunil Chandra Nayak

Leave a Comment

error: Content is protected !!