ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ ଙ୍କ କବିତା ଦୃଶ୍ୟାନ୍ତର

  ଦୃଶ୍ୟାନ୍ତର

      ଆଦରମଣି ପ୍ରଧାନ,

ଦିନେନା ଦିନେ ଚାଲିଯିବି
ଛାଡି ଚାଲି ଯିବି
ସବୁଦିନ ପାଇଁ,
ଏଇ ପୃଥିବୀ,
ମାୟାବୀ ସୂର୍ଯ୍ୟ ଲୋକ,
ସବୁଜ ବନାନୀ 
ଧୂମାୟିତ ଚା’ କପ 
ଏବଂ
ଶୂନ୍ୟତାର ଫୁଲଦାନୀ
ସବୁ ଛାଡି ଚାଲି ଯିବି,,,
ଆଉ କେବେ ଆସିବିନି
ଆଉ ଫୁଲ ହୋଇ ଫୁଟିବିନି
ବଗିଚାର ନୀଳ ଜରାୟୁରେ,,,,
ଲେଖିବି ନାହିଁ ମୋ ଛାତି ଓ
ନିଆଁ ର କବିତା
ମାଟିର ଶୋଷିଲା ଓଠରେ,,,
ମୋ ଗଲା ପରେ 
ବାତ୍ସଲ୍ୟ ଆଲ୍ହାଦନ ସବୁ
ଫିକା ପଡିଯିବ
ଆକାଶର ମୁହଁରେ 
ଲାଗିଯିବ ଶିଉଳି
ମୋ ବିଚ୍ଛେଦରେ ନୀଳ ଦିଶିବ
ଯମୁନାର ପାଣି,,,
ପବନ ମାତାଲ ହେବ
ଛାର ଖାର କରି ଦେବ
ଖେଦାକ୍ତ ମେଦିନୀ,
ମଞ୍ଚରେ ପଡିଯିବ
ଶେଷ ଯବନିକା,
ଦିନେନା,,,ଦିନେ ଚାଲିଯିବି,,,,

     ଚାନ୍ଦବାଲି , ଭଦ୍ରକ

Related posts

ମୋଟଙ୍ଗା ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଜାମଣ୍ଡଳ ନେତା ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପରିଚାଳନା ପାଇଁ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!