ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ସନ୍ଦେହ

         ସନ୍ଦେହ

ମନୁଷ୍ୟ ର ମନ ପବନ ର ଖେଳ କେବେ ନ ହୁଅଇ ଥୟ
ପାଞ୍ଚ ମନ ଆଉ ପଚିଶ ପ୍ରକୃତି ଥରାଇ ଦିଅନ୍ତି କାୟ।
ଅବିଶ୍ବାସ ଯଦି ଉଦୟ ହୁଅଇ ଜନ୍ମଇ ମନେ ସନ୍ଦେହ
ସନ୍ଦେହ ଅଟଇ ହଳାହଳ ବିଷ ସଂସାର କରେ ଦୁର୍ନୟ।
ସନ୍ଦେହ ଆସିଲେ ସୁନା ର ସଂସାର ହୋଇଯାଏ ଛାରଖାର
ଭାଇ ଭାଇ ମଧ୍ୟେ ସମର ହୁଅଇ ବୁହଇ ରୁଧିର ଧାର।
ପ୍ରଭୁ ରାମଚନ୍ଦ୍ର ମାତା ଜାନକୀ ଙ୍କୁ ମନରେ ସନ୍ଦେହ କଲେ
ସହି ନ ପାରିଲେ ଜନକ ଦୁହିତା ଧରଣୀ କୋଳକୁ ଗଲେ।
ସନ୍ଦେହ ଅଟଇ ମାୟାବୀ ଅସୁର କରେ ସବୁ ଛାରଖାର
ସ୍ବାମୀ ସ୍ତ୍ରୀ ମଧ୍ୟେ ପାଚରୀ ପଡୁଛି ଦେଖିଛି ସାରା ସଂସାର।
କେଦାର ଗୌରୀ ପିରତି କାହାଣୀ ଜାଣିଛି ସାରା ଜଗତ
ଉତ୍ତରୀ କୁ କେଦାର ବିନାଶ ସନ୍ଦେହ କଲା ମୋହିତ।
ସବୁରି ମନରେ ସନ୍ଦେହ ରାଜୁତି ଏତ ମାୟା ର ସଂସାର
ସନ୍ଦେହ ଆସିଲେ ପ୍ରଭୁ ଜଗନ୍ନାଥ ବୁଲିଲେ ବାରଦୁଆର।

ଜନରଞ୍ଜନପ୍ରଧାନ

ଆଳୋଇ ବାଲିପାଟଣା
ଖୋର୍ଦ୍ଧା

Related posts

ଅପର୍ତ୍ତି ସେଠୀ ଙ୍କ କବିତା ତୁଣ୍ଡୀ ବନ୍ଧା ବର

ଜାତୀୟ ଖାଦ୍ୟ ସୁରକ୍ଷା ରେଙ୍କିଙ୍ଗ: ପ୍ରଥମ ସ୍ଥାନରେ ଓଡିଶା

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!