ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଲ ଓଡିଶା ଆଶା କର୍ମୀ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

ଭବାନୀପାଟଣା: ୧୧/୧୨ – (ମ.ନି.ସ) :- ଆଜି ଯଥା ୧୧/୧୨/୨୦୨୨ ତାରିଖ ରବିବାର ଦିନ ୧୦ ଘଣ୍ଟା ସମୟରେ ଭବାନୀପାଟଣା ସ୍ଥିତ ବାଲାଜୀ ବିହାର ଅଲ ଓଡିଶା ଆଶାକର୍ମୀ ( ସଂଲଗ୍ନ ଭାରତୀୟ ମଜଦୂର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭାରତୀୟ ମଜଦୁର ସଂଘର କଳାହାଣ୍ଡି ଜିଲ୍ଲା ତଥା ନୂଆଁପଡା ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପଣ୍ତା ତଥା ଭାରତୀୟ ମଜଦୁର ସଂଘ ର ସଂଘଠନ ସମ୍ପାଦକ ଶ୍ରୀ ସୁରେନ୍ଦ୍ର ମୋହନ କର ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲା  କମିଟି ନଥିବାରୁ ଜିଲ୍ଲା କମିଟି ଚୟନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ଶ୍ରୀମତୀ ବାସନ୍ତୀ ନାଏକଙ୍କୁ ଜିଲ୍ଲା – ସଭାନେତ୍ରୀ, ଶ୍ରୀମତୀ ଗୀତା ହାତୀଙ୍କୁ ସମ୍ପାଦିକା ଏବଂ କୋଷାଧ୍ୟକ୍ଷ ଭାବରେ ଶ୍ରୀମତୀ ମମତା ପଟ୍ଟନାୟକଙ୍କୁ ଚୟନ କରାଯାଇଥିଲା। ପୁନଶ୍ଚ ଉପ – ସଭାପତି ଭାବରେ ଶ୍ରୀମତୀ ପ୍ରଭାତୀ ଛତ୍ରୀଆ, ଶ୍ରୀମତୀ ରୀନା ସାହୁ, ଶ୍ରୀମତୀ ଲଛିମା ହରିଜନ, ଶ୍ରୀମତି ବବିତା ଶବର ତଥା ସହ – ସମ୍ପାଦିକା ଭାବରେ ଶ୍ରୀମତୀ କ୍ଷମାଶିଳା ଛତ୍ରୀଆ, ଶ୍ରୀମତୀ ଦିଆମତୀ ନାଏକ ଏବଂ ଉପ କୋଷାଧ୍ୟକ୍ଷ ଭାବରେ ଚନ୍ଦ୍ରିକା ନାଏକଙ୍କୁ ଚୟନ କରାଯାଇଥିଲା। ଭାରତୀୟ ମଜଦୁର ସଂଘର ଅନ୍ଯ ପ୍ରମୁଖ କାର୍ଯ୍ଯକର୍ତ୍ତାଙ୍କ ମାନଙ୍କ ମଧ୍ୟରେ ଶ୍ରୀ ଭବାନୀଶଙ୍କର ରାଉତ ଏବଂ ରାଧାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସମସ୍ୟା କୁ ନେଇ ଆସନ୍ତା ତା ୧୩/୧୨/୨୦୨୨ ରିଖ ଦିନ ଅଲ ଓଡିଶା ଆଶାକର୍ମୀ ସଂଘ ଦ୍ବାରା ଡାକରା ଦିଆଯାଇଥିବା ଆନ୍ଦୋଳନରେ ଯୋଗଦେବା ପାଇଁ ସମସ୍ତେ ଭୁବନେଶ୍ୱର ଯିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ବୈଠକରେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଳକରୁ ଶହ ଶହ ଆଶାକର୍ମୀ ଯୋଗଦାନ କରିଥିଲେ।

ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ଆନନ୍ଦପୁର, ବେଲବାହାଳିରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ  ସମ୍ବର୍ଦ୍ଧନା

Sunil Chandra Nayak

ସଂଯୁକ୍ତା ସାହୁ ଙ୍କ କବିତା ରଥ,ପଥ,ଜଗନ୍ନାଥ 

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ହୃଷୀକେଶ ଜାଲି , ମୁନିଗୁଡ଼ା, ରାୟଗଡ଼ା ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!