ନବରଙ୍ଗପୁର—-(ମସିହା) ଓଡ଼ିଶା ସରକାର ଙ୍କ ଜାଗା ମିଶନ କାର୍ଯ୍ୟକ୍ରମ ଦ୍ଵାରା ନବରଙ୍ଗପୁର ପୌରପାଳିକା ଠାରେ ବସବାସ କରୁଥିବା ଭୂମି ହିନ ବସ୍ତି ବାସିନ୍ଦା ଙ୍କ ପାଇଁ ସ୍ଥାୟୀ ପଟ୍ଟା ନବରଙ୍ଗପୁର ବିଧାୟକ ଶ୍ରୀ *ସଦାଶିବ ପ୍ରଧାନୀ* ମହୋଦୟ ଦ୍ଵାରା ବଣ୍ଟନ କରାଯିବା ସହ ପୌରପାଳିକା ର କର୍ମଚାରୀ ମାନଙ୍କୁ ଦୁଇ ଚକିଆ ଯାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମହୋଦୟ, ଜିଲ୍ଲାପାଳ ଶ୍ରୀ କମଳଲୋଚନ ମିଶ୍ର ମହୋଦୟ,ନଗର ପାଳ ଶ୍ରୀ କୁନୁ ନାୟକ, ଉପ ନଗରପାଳ ଶ୍ରୀମତି ସୌମ୍ୟା ମହାପାତ୍ର ସମସ୍ତ ଓ୍ଵାର୍ଡ଼ ର ପାରିଷଦ ବୃନ୍ଦ ଓ ପୌରପାଳିକାର କାର୍ଯ୍ୟରତ ଅଧିକାରୀ ଗଣ ପ୍ରମୁଖ ଉପସ୍ଥିତ ଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍