ଧର୍ମଗଡ:୨୦/୧୨/୨୨:ଧର୍ମଗଡ ସହର ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇ ଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି କ୍ରିଡ଼ା ପ୍ରତିଯୋଗିତା ର ପ୍ରଥମ ଦିନ ରେ ବିଦ୍ୟାଳୟ ର ଛାତ୍ର ମାନେ ଆରାଧ୍ୟ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପୀଠ ରୁ କ୍ରିଡ଼ା ମଶାଲ ନେଇ ସହର ପରିକ୍ରମା ପୂର୍ବକ କ୍ରିଡ଼ା ପଡିଆ ରେ ସ୍ଥାପନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମୁଣ୍ଡ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି, ସାମ୍ୱାଦିକ ବୈଦ୍ୟନାଥ ବେହେରା, ଶିକ୍ଷକ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁ କ୍ରିଡ଼ା ଉତ୍ସବ ଆୟୋଜନ ବନ୍ଦ ରହି ଥିବା ବେଳେ ଚଳିତ ବର୍ଷ ଏହା ଆୟୋଜନ ହେଉଥିବା ରୁ ଛାତ୍ର ଙ୍କ ମଧ୍ୟ ରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଅନିତା ନାଏକ ପରିଚାଳନା କରିଥିଲେ । କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହି ଧନ୍ୟବାଦ ପ୍ରଦାନ କରିଥିଲେ । ଶିକ୍ଷକ ପବିତ୍ର ଦାସ, ତୁଷାର ବୋଡକିଆ, ସନ୍ତୋଷ ପ୍ରଧାନ,ଗୌତମ ପୃଷ୍ଟି, ଗଙ୍ଗାଧର ଗୌଡ଼, ସାଗରିକା ନାଏକ, ସୋଫିନା ରାଣୀ ପ୍ରଧାନ, ବିଦ୍ୟା ଭାରତୀ ଶବର, ବିଣାପାଣି ତାଣ୍ଡି, ଶୈଲ୍ୟ କୈବର୍ତ୍ତ,ନୀଳାମ୍ବର ମିଶ୍ର, ହରେରାମ ଗୋପାଲ ଓ ପ୍ରଫୁଲ୍ଲ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍