ତାଳଚେର (ଆର୍ତ୍ତତ୍ରାଣ ପାଣି ) : ସ୍ୱାଧୀନତାକୁ ଦୀର୍ଘ ପଞ୍ଚସ୍ତୋରି ବର୍ଷ ବିତିଯାଇଥିଲେ ମଧ୍ୟ ସମାଜର ମୁଖ୍ୟ ଧାରାରେ ହାଡ଼ି ହରିଜନ ଆଜି ମଧ୍ୟ ଦଳିତ ନିଷ୍ପେସିତ ହେଇ ଆସୁଥିବାରୁ ହାଡ଼ି ହରିଜନ ସେବା ସଙ୍ଘର ସଭ୍ୟବୃନ୍ଦ ଦେଉଳବଡା ଗ୍ରୀନ୍ ଗ୍ରାସ୍ ଷ୍ଟାଡିଅମ୍ ଠାରୁ ତାଳଚେର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଯାଏ ଏକ ଶୋଭାଯାତ୍ରାରେ ବାହାରି ପ୍ରଶାସନ ଓ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ଦେଖା ଯାଇଥିଲା l ଏହି ଶୋଭା ଯାତ୍ରାରେ ତାଳଚେର ଶିଳ୍ପାଞ୍ଚଳ ରେ ଥିବା ବିଭିନ୍ନ କଳକାରାଖନା ରେ ଚାକିରୀ, ଠିକା ସଫେଇ କର୍ମଚାରୀଙ୍କୁ ଇ. ଏସ୍. ଆଇ. କାର୍ଡ, ଏମ୍. ସି. ଏଲ୍. ଚିକିତ୍ସାଳୟ ରେ ପଚାଶ ହଜାର ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା, ପୋଷାକ, କେନ୍ଦ୍ର ସରକାରଙ୍କ ନିର୍ଦ୍ଧିତ ହାର ରେ ଦରମା, ଖଣି ଅଂଚଳ ରେ ବସବାସ କରୁଥିବା ହାଡ଼ି ବସ୍ତି ଗୁଡିକରେ ରାସ୍ତା, ଡ୍ରେନ୍, ପିଇବା ପାଣି ଓ ବିଜୁଳୀ ବ୍ୟବସ୍ଥା, ଭୂମିହୀନ ପ୍ରଜାଙ୍କୁ ପଟ୍ଟା ପ୍ରଦାନ ଆଦି ମୌଳିକ ଅଧିକାର ନିମନ୍ତେ ନାରା ଦେଇ ନିଜର ଅସନ୍ତୋଷ ଜାହିର କରିଥିଲେ l ଏହା ମଧ୍ୟରେ ଏକ ବିଶେଷ ପ୍ରସଙ୍ଗ ଉଠେଇ ବିଭିନ୍ନ ଦଣ୍ଡ ନୃତ୍ୟରେ ହାଡ଼ି ହାଡ଼ିଆଣି ଭୂମିକାକୁ ଉଠେଇବାକୁ ଦାବୀ କରିଥିବା ଦେଖା ଯାଇଥିଲା l ଦଣ୍ଡ ନୃତ୍ୟରେ ଏହି ଭୂମିକା ଦ୍ୱାରା ହାଡ଼ି ଜାତିକୁ ବର୍ଷ ବର୍ଷ ଧରି ଗୋଲାମ ମାନସ୍ତତ୍ବ ରେ ବାନ୍ଧି ରଖିବା ମନସ୍ତତ୍ତ୍ୱ ପରିଲକ୍ଷିତ ହେଉଥିବା ହାଡ଼ି ହରିଜନ ସେବା ସଂଘର କାର୍ଯ୍ୟ କର୍ତ୍ତାଙ୍କ ଅଭିଯୋଗ l