ଲଙ୍ଗଳେଶ୍ବର – 20/12 – ( ମ ନି ସ ) – ବାଲିଆପାଳ ବ୍ଲକ ଅନ୍ତର୍ଗତ ବଣିଆଡିହା ପଞ୍ଚାୟତ ର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ସୁଧୀର କୁମାର ପାତ୍ର ଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି , ମୃତ୍ଯୁ ବେଳକୁ ତାଙ୍କୁ 75 ବର୍ଷ ହୋଇ ଥିଲା , ସେ ଜଣେ ଅତ୍ଯନ୍ତ ପରୋପକାରୀ ଏବଂ ମିଷ୍ଟଭାଷୀ ବ୍ଯକ୍ତି ଥିଲେ, ବଣିଆଡିହା ପଞ୍ଚାୟତ ରେ ସେ 3 ଥର ସରପଞ୍ଚ ଭାବରେ ବିଜୟୀ ହୋଇ ପଞ୍ଚାୟତ ର ଅନେକ ଉନ୍ନତ୍ତିମୂଳକ କାର୍ଯ୍ଯ କରିଥିଲେ , ଦୀର୍ଘଦିନ ଧରି ବାର୍ଧ୍ଯକ୍ଯ ଜନିତ ରୋଗରେ ପିଡୀତ ହୋଇ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି , ତାଙ୍କର ମୃତ୍ଯୁ ଖବର ପ୍ରଚାରିତ ହେବାପରେ ବାଲିଆପାଳ ବ୍ଲକ ର ପୂର୍ବତନ ବ୍ଲକ ଅଧ୍ଯକ୍ଷ ବିଜନ ନାୟକ , ଅଶ୍ବନୀ ଜେନା, ସରପଞ୍ଚ କାଳି ଚରଣ ଜେନା ,ଯୁବନେତା ଜଗତଜୀବନ ଦାସ , ମନୋଜ ଜେନା , ମହନ୍ଦ୍ର ବାରିକ, ମହେଶ୍ବର ଦାସ ଙ୍କ ସମେତ ଅନେକ ନେତୃବୃନ୍ଦ ତାଙ୍କ ବାସଭବନ ରେ ପହଞ୍ଚି ମରଶରୀର ରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ଶୋକସନ୍ତପ ପରିବାର କୁ ସମବେଦନା ଜଣାଇ ଥିଲେ।