ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାନୁଆରୀ ୧୧ରୁ ଜିଲ୍ଲା ସ୍ତରୀୟ ପ୍ରଜ୍ଞା ମେମୋରିଆଲ ଫୂଟବଲ ପ୍ରତିଯୋଗିତା

ନର୍ଲା /ମସିହା, ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହ ରୁ ନର୍ଲା ରେ ଆରମ୍ବ ହେବାକୁ ଯାଉଛି ପ୍ରଜ୍ଞା ମେମୋରିଆଲ ଫୂଟବଲ ପ୍ରତିଯୋଗିତା ।ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ହାଇ ସ୍କୁଲ ଠାରେ ଶେଷ ହୋଇଛି ।ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଭୁପିନ୍ଦର ସିଂ ଏହି ବୈଠକରେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ସେ ଖେଳ ପଡିଆରେ ନିର୍ମାଣ କାର୍ଯ୍ୟ ଚାଲିଥିବା ମିନି ଷ୍ଟାଡିଅମ ର ଦର୍ଶକ ଗ୍ୟାଲେରୀ ଓ ଅପର ପାର୍ଶ୍ୱରେ ଚାଲୁଥିବା indoor hall ର କାର୍ଯ୍ୟ ର ତଦାରଖ କରିଥିଲେ ।ପରେ ବୈଠକରେ ଯୋଗ ଦେଇ ଏହାର ସଫଳତା ପାଇଁ ସମସ୍ତ କ୍ରୀଡ଼ାପ୍ରେମୀ ଓ ବୁଦ୍ଧିଜୀବୀ ମାନଙ୍କ ସହିତ ଯୋଗାଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।ବିଭିନ୍ନ କମିଟି ଗଠନ କରି ଓ ଯେପରି ବାହାରୁ ଆସୁଥିବା ଖେଳାଳି ମାନେ କିଛି ଅସୁବିଧା ର ସାମନା ନ କରନ୍ତି ତାହା ଉପରେ ଧ୍ୟାନ ଦେବା ଉପରେ ମତ ଦେଇଥିଲେ । ଏ ଅଞ୍ଚଳର ଜଣେ ଜଣାଶୁଣା ଉଚ୍ଚ କୋଟିର କ୍ରୀଡ଼ା ବିତ ତଥା କ୍ଲବ ର ପ୍ରତିଷ୍ଠାତା ସଦସ୍ୟ ପ୍ରଜ୍ଞା ନନ୍ଦ ଙ୍କ (ଝୁନା) ସ୍ମୃତି ରେ ପ୍ରତ୍ୟେକ ବର୍ଷ ଫୂଟବଲ , ଭଲିବଲ ଓ କ୍ରିକେଟ ଖେଳ ମଧ୍ୟ ଆୟୋଜନ କରିବା ପାଇଁ ସୁମନ୍ତ ପୁଝାରି ମତ ଦେଇଥିଲେ ।ବୈଠକରେ ତ୍ରିଲୋଚନ ଗୌଡ଼, ସୁଶାନ୍ତ ଚାନ୍ଦ, କିଶୋର ମାଝୀ, ସୁବୋଧ ମିଶ୍ର, ହମେଶ ଜୈନ, ଅନମୋଲ ଚାନ୍ଦ, ମୃତ୍ୟୁଞ୍ଜୟ ନାଗ,ନାରାୟଣ ପଧାନ ,ନାରାୟଣ ମାଝୀ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତାମତ ରଖିଥିଲେ ।ଶେଷରେ ମୁଖ୍ୟ ଅତିଥି ଓ ଅନ୍ୟ ବରିଷ୍ଠ ସଦସ୍ୟମାନଙ୍କୁ ନାରାୟଣ ପଧାନ ଧନ୍ୟବାଦ ଦେବାପରେ ସଭା ଶେଷ ହୋଇଥିଲା ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଉଲ୍ଲେଖନୀୟ ଏ ୱାନ୍ ଗ୍ରେଡ଼ ହାସଲ କରିଥିବା ୩୯ ଜଣ ଛାତ୍ରୀ,ଛାତ୍ର ଢେଙ୍କାନାଳ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ସମ୍ୱର୍ଦ୍ଧିତ 

masiha

ରାମ ନବମୀରେ ଦେବାଳୟ ଓ ଐତିହ୍ୟ ସ୍ଥଳୀର ସ୍ଵଚ୍ଛତା ଅଭିଯାନ

masiha

ଉଦ୍ଭିଦ ବିଜ୍ଞାନ ଉପରେ ଡକ୍ଟରେଟ ଡିଗ୍ରୀ ହାସଲ କଲେ ବିଶ୍ୱଜିତ୍

masiha

Leave a Comment

error: Content is protected !!