ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମନ୍ତରାପୁର ପଞ୍ଚାୟତରେ ସମ୍ବିଧାନ ଆଲୋଚନା ସଭା

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ସାମନ୍ତରାପୁର ପଞ୍ଚାୟତ ତଥା ଗ୍ରାମର ସ୍ବର୍ଗତ ଶତ୍ରୁଘନ ସେଠୀଙ୍କ 17 ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାବିତ୍ରୀ ରିଜିଓନାଲ ୱେଲଫେୟାର ଆସୋସିଏସନ, ଜଗତସିଂହପୁର ଦ୍ୱାରା ସମ୍ବିଧାନ ଆଲୋଚନା ସଭା ଓ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି ! ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଅଶୋକ କୁମାର ସେଠୀ କେନ୍ଦ୍ରାପଡ଼ା, ମୁଖ୍ୟ ବକ୍ତା ଥିଲେ ବିଶ୍ୱ ରଞ୍ଜନ ପଟ୍ଟନାୟକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ , ସମ୍ମାନିତ ଅତିଥିଭାବେ ଥିଲେ ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ, ସେକ ନସିର ଉଦ୍ଦିନ ସମାଜସେବୀ ରଘୁନାଥପୁର ! ଏହି ସଭାର ସଭାପତି ଥିଲେ ଶରତ କୁମାର ଦାଶ , ସାବିତ୍ରୀ ରିଜିଓନାଲ ୱେଲଫେୟାର ଆସୋସିଏସନର ଉପଦେଷ୍ଟା ପ୍ରଭାତ କୁମାର ସେଠୀ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଉପସଭାପତି ରବୀନ୍ଦ୍ର ନାଥ ସେଠୀ ଓ ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ ଉପଢୌକନ ଏବଂ ପୁଷ୍ପଗୁଛ ଦେଇ ଅତିଥିମାନଙ୍କୁ ସମ୍ମାନିତ କରି ଥିଲେ ! ବାବା ସାହେବ ଭୀମ ରାଓ ଆମ୍ବେଦକର, ଭଗବାନ ବୁଦ୍ଧ ଏବଂ ସ୍ବର୍ଗତ ଶତ୍ରୁଘନ ଙ୍କ ନିକଟରେ ପୁଷ୍ପାଞ୍ଜଳି ଦେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ! ଆସୋସିଏସନର ସ୍ଥାୟୀ ସଭାପତି ଭାଗବତ ପ୍ରସାଦ ସ୍ୱାଗତ ଭାଷଣ ଦେଇଥିଲେ ! ପାଖ ଅଞ୍ଚଳର ଅନେକ ବଦାନ୍ୟ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ମାନେ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ! ଗ୍ରାମ ପଞ୍ଚାୟତ ଗୁଡିକରେ ସମ୍ବିଧାନ ବିଷୟରେ ଏପରି ଶିକ୍ଷାର ଆୟୋଜନ ଅତି ପ୍ରଶଂସନୀୟ ବୋଲି ମତ ପ୍ରକାଶ କରା ଯାଇଥିଲା !

ତିର୍ତ୍ତୋଲ, ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha.

Related posts

୧୯୯୩ ବ୍ୟାଚ ଆପ୍ରେଣ୍ଟିସ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ଚେମ୍ବର ପକ୍ଷରୁ ସାଂସଦ ଦିଲୀପ ରାୟଙ୍କୁ ସମ୍ବର୍ଦ୍ଧନା

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ସୁନ୍ଦରଗଡ଼ର ୧୪.୫୬ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ

Sunil Chandra Nayak

Leave a Comment

error: Content is protected !!