ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି । ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢନ୍ତୁ…

ରାଉରକେଲା/ ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି। ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢିବା ଦରକାର । ବିଦ୍ୟାର୍ଥୀଙ୍କ ସଫଳତା ନିମନ୍ତେ ସାମର୍ଥ୍ୟ ଓ ସୃଜନଶୀଳତା ଜରୁରୀ ବୋଲି ଅତିଥିମାନେ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୧ତମ ଦ୍ବିଦିବସୀୟ ବାର୍ଷିକୋତ୍ସବ ‘ଚିନ୍ମୟ ଅର୍ଘ୍ଯ ‘ରେ ମତବ୍ଯକ୍ତ କରିଛନ୍ତି । ଉତ୍ସବ ର ପ୍ରଥମ ଦିବସରେ ସେଲ ସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିରଞ୍ଚି କୁମାର ହୋତା ମୁଖ୍ୟଅତିଥି ଓ ପରିଚାଳନା ବୋର୍ଡର ଅଧ୍ୟକ୍ଷ ସ୍ବାମୀ କେବଳାନନ୍ଦଜୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚିନ୍ମୟ ମିଶନର ଲକ୍ଷ୍ୟ, ଗୁରୁଶିଷ୍ୟ ପରମ୍ପରା, କେବଳ ସଫଳତା ପଛରେ ନପଡି ପ୍ରତିଯୋଗୀ ମନୋଭାବ ଆପଣାଇବା ପାଇଁ ମତ ରଖିଥିଲେ । ଦ୍ୱିତୀୟ ଦିବସରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତିତ୍ବରେ ଏନଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ.ଉମାମହେଶ୍ଵର ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ଜୀବନରେ ଦଳଗତ କାର୍ଯ୍ୟ ର ଗୁରୁତ୍ବ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଶିକ୍ଷା ଗ୍ରହଣ ବେଳେ ପାଠପଢ଼ାର ଚାପ ବିଦ୍ୟାର୍ଥୀର ସୃଜନଶୀଳତା ରେ ବାଧା ସୃଷ୍ଟି କରିଥାଏ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଚିନ୍ମୟ ମିଶନ ରାଉରକେଲା ଆଚାର୍ଯ୍ୟ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟଜୀ ଗଳ୍ପ ମାଧ୍ୟମରେ ଶିକ୍ଷା ଛାତ୍ର ଛାତ୍ରୀ ଙ୍କୁ ସୁନ୍ଦର ଭାବେ ଗଢ଼ିତୋଳିବା ସହ ଅନାବଶ୍ୟକ ଚିନ୍ତନ ମନରୁ ବାହାର କରିଦେଲେ ଜୀବନ ସୁନ୍ଦର ହୋଇଥାଏ ବୋଲି ମତ ରଖିଥିଲେ । ବିଦ୍ୟାଳୟର ସଂପାଦକ ରମାକାନ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ସଫଳତା ଉପରେ ସୂଚନା ପ୍ରଦାନ କରିଥିଲେ । ସଭାପତି ଶ୍ରୀ ତ୍ରିପାଠୀ ପିଲାମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରଥମ ଦିନ ଶାସ୍ବତୀ ମହାପାତ୍ର ଓ ଦ୍ୱିତୀୟ ଦିବସରେ ତମସା ପାତ୍ର ମଂଚ ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଓମକାର ମହାପାତ୍ର ଓ ଇଲଫା ପାଣିଗ୍ରାହୀ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅରବିନ୍ଦ ମିଶ୍ର, ଅଳକା ମିଶ୍ର,ଡାକ୍ତର ଗୀତାଞ୍ଜଳୀ ପତ୍ରୀ, ନିହାରିକା ବସ୍ତିଆ,ଜିତେନ୍ଦ୍ର ବସ୍ତିଆ, ଶିକ୍ଷାବିତ ପ୍ରତାପ ଚନ୍ଦ୍ର ରାଉତ, ରାମକୃଷ୍ଣ ତ୍ରିପାଠୀ, ଆଲୋକ ରଞ୍ଜନ ମଲ୍ଲିକ, ରଶ୍ମିବାଳା ରାଉତରାୟ, ରାଜକୁମାର ମହାନ୍ତି, ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

୨୬ ପଞ୍ଚାୟତକୁ ୪ ଜଣ କନିଷ୍ଠ ଯନ୍ତ୍ରୀ : ଉନ୍ନୟନ କାର୍ଯ୍ୟ ଠପ ଜିଲ୍ଲାପାଳଙ୍କୁ ଭେଟିଲେ ଜନ ପ୍ରତିନିଧି ସମୁହ

masiha

ଟ୍ରାକ୍ଟରରୁ ପଡି ଶ୍ରମିକ ମୃତ, ପୋଲିସର ତଦନ୍ତ ଜାରି

Sunil Chandra Nayak

ଡୁର୍କାଡଙ୍ଗରିରେ ପଥର ଖସି ୨ ମୃତ

Leave a Comment

error: Content is protected !!