ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମ୍ରେଡ ଦ୍ୱାରିକା ମୋହନ ମିଶ୍ରଙ୍କୁ ଶେଷ ସଲାମ୍ 

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ତାଳଚର ମାଟିର ଏକ ନିର୍ଭିକ ବ୍ୟକ୍ତିତ୍ୱ ତଥା ଶ୍ରମିକ ନେତା କମ୍ରେଡ ଦ୍ୱାରିକା ମୋହନ ମିଶ୍ର ନିଜ ରେମୁଆଁ ସ୍ଥିତ ବାସଭଵନରେ ତାଙ୍କ ଇହଲୀଳା ସମ୍ବରଣ କରିଥିବା ସମ୍ବାଦ ହସ୍ତଗତ ହୋଇଛି l କମ୍ରେଡ ମିଶ୍ର ଏକ ଧାରାରେ କେବଳ ଶ୍ରମିକ ନେତା ନଥିଲେ, ସମାଜ ସଂସ୍କାର ଦିଗରେ ତାଙ୍କର ବହୁ ମୁଖି ପ୍ରତିଭା କେବଳ ତାଳଚର ନୁହେଁ ରାଜ୍ୟର ଅନେକ ଲୋକଙ୍କୁ ଆକୃଷ୍ଟ କରୁଥିଲା l ନିଜ ଜୀବନ କାଳରେ ଏହି ଶିଳ୍ପ ପ୍ରବୃଦ୍ଧ ଅଂଚଳରେ ଶ୍ରମିକଙ୍କ ନିମନ୍ତେ ତାଙ୍କର ନିସ୍ଵାର୍ଥପର ସେବା, ବ୍ୟକ୍ତିକୁ ଆପଣା କରିବା ମନୋଭାବ ଯୋଗୁଁ ଜନାଦୃତି ଲାଭ କରିବା ସହ ପ୍ରତେକ ଶ୍ରମିକ ମନରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ, ସମାଜ ସଂସ୍କାର ନିମନ୍ତେ ତାଙ୍କର ଈଶ୍ୱରାଭୀମୁଖି ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଜନତାଙ୍କ ମନରେ ବୌଦ୍ଧିକ ଚେତନା ଜାଗରଣ ନିମନ୍ତେ ପ୍ରଯତ୍ନ କରିବାର ଏକ ନିଆରା ପଦକ୍ଷେପ ଥିଲା l ନିଜର ଶେଷ ଜୀବନରେ ଦତ୍ତାତ୍ରେୟ ଆଶ୍ରମ ପ୍ରତିଷ୍ଠା କରି ସମାଜର ନିଷ୍ପେସିତ ବ୍ୟକ୍ତିଙ୍କୁ ଆଶ୍ରୟ ପ୍ରଦାନ କରିବା ତାଙ୍କ ମାନବୀୟ ଗୁଣର ଏକ ଶ୍ରେଷ୍ଠ ନିଦର୍ଶନ କହିଲେ ଅତ୍ୟୁକ୍ତି ହେବ ନାହିଁ l ଏହି ପରୋପକାରୀ ବ୍ୟକ୍ତି ତଥା ଶ୍ରମିକ ନେତାଙ୍କ ବିୟୋଗରେ ତାଳଚେର ଖଣ୍ଡ ମଣ୍ଡଳରେ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି l

Related posts

ପୁଣି ଆଉ ଜଣେ ଯୁବକଙ୍କର ଦାଦନରେ ମୃତ୍ୟୁ ,ଜନ ଶୁନ୍ୟ ହେଲା ପରିବାର 

Sunil Chandra Nayak

ମଦର ପକ୍ଷରୁ ମଞ୍ଚସ୍ଥ ହେଲା ନାଟକ ‘ବାବାସାହେବ ଡଃ. ବି.ଆର. ଆମ୍ବେଦକର’

Sunil Chandra Nayak

ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!