ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ବାର୍ଲି ଗ୍ରାମବାସୀଙ୍କ ଆବଶ୍ୟକ ପୁରଣ କରୁଛି ଝରଣା ପାଣି

ଯାହା ପ୍ରଶାସନ କରିପାରିଲାନି ପ୍ରଶାସନକୁ ତାହା କରି ଦେଖାଇଲେ ଲୋକେ 

ପାପଡାହାଣ୍ଡି,27/12, ମନିସ —- ଆଦିବାସୀ ଅଧୁଷିତ ନବରଙ୍ଗପୁର ଜିଲ୍ଲା ପ୍ରାକୃତିକ ସୌନ୍ଧର୍ଯ୍ୟରେ ଭରପୁର | ଏଠାକାର ଜଙ୍ଗଲରେ ବାସ କରୁଛନ୍ତି ବହୁ ପ୍ରକାର ଜନ ଜାତି | ଲୋକଙ୍କ ମୂଖ୍ୟ ଜୀବିକା ଚାଷ ସହ ଜଙ୍ଗଲୀ ଜାତ ଦ୍ରବ୍ୟ ସଂଗ୍ରହ | ଏହି ଜଙ୍ଗଲ ଭିତରେ ବହୁ ସ୍ଥାନ ଏପରି ଅଛି ଯେଉଁଠି ନା ରାସ୍ତା ଅଛି ନା ଲୋକଙ୍କ ନିକଟରେ ବିକାଶ ପହଁଚିଛି | ତେବେ ବି ନିଜସ୍ୱ ଉଦ୍ୟମରେ ଲୋକେ ଅସାଧ୍ୟ କାର୍ଯ୍ୟକୁ ସଫଳ କରି ପ୍ରଶାସନକୁ ବଞ୍ଚିବାର ଉଧାରଣ ଦେଇଛନ୍ତି | ପାପଡାହାଣ୍ଡି ବ୍ଲକର ଦୁର୍ଗମ ସାନବାର୍ଲି ପଞ୍ଚାୟତର ବଡବାର୍ଲି ଗ୍ରାମ । ବ୍ଲକ ସଦର ମହାକୁମାରୁ ପ୍ରାୟ ୩୦କିମି ଦୂରରେ। ଗ୍ରାମକୁ ଚତୁରପାର୍ଶ୍ୱ ପର୍ବତ ଘେରିକି ରହିଛି | ଏହି ଗାଁରେ ରୁହନ୍ତି ପ୍ରାୟ ଦୁଇ ଶହରୁ ଅଧିକ ପରିବାର । ନଳକୂପ ଅଛି ପାଞ୍ଚରୁ ଛଅ ଟି ହେଲେ ପ୍ରାୟ ନଳକୂପ ଅଚଳ । ବର୍ଷ ତମାମ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ହେଲେ ଗ୍ରାମର ତଳ ଦେଶରେ ରହିଛି ଏକ ଝରଣା | ଯେଉଁ ଝରଣାରେ କି ବର୍ଷ ତମାମ ପାଣି ଝରେ । ସେହି ଝରଣାର ପାଣି ହି ଗାଁଲୋକଙ୍କର ଜୀବନ । ଗାଁ ଠାରୁ ଏକ କିମି ଦୂରରୁ ଏହି ଝରଣା ଅବସ୍ଥିତ । ଏଠାରୁ ହିଁ ସମସ୍ତେ ପାଣି ନେଇ ଗାଧୋଇବା ସହ ପିଇବା, ରୋଷେଇ କରିବାରେ ବ୍ୟବହାର କରିଥାନ୍ତି । ଏହି ଗାଁ ଏକ ପର୍ବତ ଉପରେ ରହିଛି ,ତେଣୁ ଯେତେ ନଳକୂପ କଲେ ବି ସେଠାରୁ ପାଣି ବାହାରିବା କଷ୍ଟ ,ତେଣୁ ସେହି ଝରଣା ହିଁ ସେମାନଙ୍କ ସାହା ଭରସା । ଝରଣା ନିର୍ଗତ ସ୍ଥାନରୁ ଲୋକେ ବାଉଁଶ, ପାଇପ ଆଦି ଦେଇ ପାଣି ଆଣି ସେହି ପାଣିକୁ ବ୍ୟବହାର କରନ୍ତି | ବଳକା ନିର୍ଗତ ପାଣିକୁ ଚାଷ କାମରେ ବ୍ୟବହାର ହୋଇଥାଏ | ଗ୍ରାମବାସୀଙ୍କ ଦାବି ଝରଣାରେ ପାଣି ରହିବାକୁ ଏକ କୁଣ୍ଡ ବା ଚାନ୍ଦିନୀ କଲେ ପରିଷ୍କାର ରହି ପାରିବ । ଲୋକଙ୍କ କାର୍ଯ୍ୟରେ ଆସିବ, ଉକ୍ତ ସ୍ଥାନରେ ଅଳିଆ ଆବର୍ଜନା ରହିଛି ,ସେଠାକାର ପାଣି ଯଦି ସେମାନେ ପିଅନ୍ତି ତେବେ ବିଭିନ୍ନ ରୋଗ ହେବାର ଆଶଙ୍କା ବି ରହିଛି ।ଏଣୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ବଡବାର୍ଲି ଗ୍ରାମର ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।ଏନେଇ ସ୍ଥାନୀୟ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀଳାମ୍ବର ଗୋପାଳ ଙ୍କୁ ଯୋଗାଯୋଗ କରିବାରୁ ସରପଞ୍ଚ ସହ ଆଲୋଚନା କରିବା ପରେ ସେହି ସ୍ଥାନରେ ଏକ କୁଣ୍ଡ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଇଂ.ସରୋଜ ପଟ୍ଟନାୟକଙ୍କ ଶୋକସଭା ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ରେ ବାଇପାସ ରାସ୍ତାପାଇଁ ଦାବୀ

Sunil Chandra Nayak

ଡାବୁଗାଁ ବଜାର ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ସାଜିଛି ବାଧକ 

masiha

Leave a Comment

error: Content is protected !!