ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ତୃପ୍ତି ରାଣୀ ପାତ୍ର ଙ୍କ କବିତା l l ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ

 ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ

  ତୃପ୍ତି ରାଣୀ ପାତ୍ର

ହେ ଈଶ୍ୱ ନନ୍ଦନ ରାଜଧିରାଜନ
ମହାମହିମ ଈଶ୍ୱର
ଆଶ୍ଚର୍ଯ୍ୟ ସମ୍ଭୂତ ପରାକ୍ରାନ୍ତ ଲଗ୍ନ
ନଥିଲା ସ୍ଥାନ ତୁମ୍ଭର ।
ଜନ ଗଣନାର କରମ ସେଦିନ
ନାମ ଲେଖାଇବା ପାଇଁ
ଚାଲିଚାଲି ପାଦେ କରିଲ ସମ୍ପନ୍ନ
ମାତା ମରିୟମ ନାମ୍ନୀ ।
ଚତୁର୍ଦ୍ଦିଗ ଭରା ଜନ ସମାଗମ
ନମିଳିଲା ଗୃହେ ସ୍ଥାନ
ଈଶ୍ୱରଙ୍କ ଇଚ୍ଛା ହୋଇଲା ପୂରଣ
ଜନ୍ମିଲ ଗୋରୁ ଅଙ୍ଗନ ।
ରାଜା ମାନଙ୍କର ମହାନ ରାଜନ
ଇମାନୁୟେଲ ସୁ ନାମେ 
ବିଚଳିତ ହୋଇ ହେରୋଦ ରାଜନ
ଚକିତ ହେଲେ ଶ୍ରବଣେ ।
କୁମନ୍ତ୍ରଣା କରି ମାରିବା ନିମନ୍ତେ
ଗୁପ୍ତରେ ଯୋଜନା କଲେ
ଈଶ୍ୱ ତନୟସେ କେ ମାରିବ ସତେ
ବଞ୍ଚି ଶକ୍ତି ପ୍ରକାଶିଲେ ।
ଦୟା କ୍ଷମା ପ୍ରେମ ହୃଦୟେ ଆଚରି
ଦିବ୍ୟ ଶକ୍ତି ପ୍ରକାଶିଲେ
ମୃତକୁ ଜୀବନ ବଧୀରେ ଶ୍ରବଣ  
ପିତା କର୍ମ ସମ୍ପାଦିଲେ ।
ସେଦିନର ବଡ଼ଦିନ ଅବସରେ 
ଶିଶୁ ଯୀଶୁ ଜନ୍ମିଥିଲେ
ଏହି ବଡ଼ଦିନେ ଉଦ୍ଦୀପିତ କରେ
ପ୍ରତି ଅନ୍ତର ଆତ୍ମାରେ।
ଅନ୍ତରେ ଜନମି ଦିଅ ଏହି ଦିନେ
ତୁମରି ଗୁଣ ସୁରଭି 
ସ୍ୱର୍ଗଲୋକରେ ଦେଖି ପାରି ମନେ
ଝରିବ ପ୍ରେମ ଦୁନ୍ଦୁଭି । 
ନାହାଁନ୍ତି ଆଜି ସେ ବେଥଲିହିମରେ
ଅଛନ୍ତି ପ୍ରତି ଅନ୍ତରେ
ନେବାକୁ ଜନମ ଆବିଳ ହୃଦୟେ
ଡାକନ୍ତି କେତେ ଆତୁରେ ।   

ସହଦେବଖୁଣ୍ଟା,ବାଲେଶ୍ଵର 

Related posts

କବିତା ଦାଶ ଙ୍କ କବିତା  l l l ଅଭିନନ୍ଦନ l l l

Sunil Chandra Nayak

ମିନତି ଦାଶ ଙ୍କ କବିତା // ମହାଶିବରାତ୍ରୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

Leave a Comment

error: Content is protected !!