ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବିନା ନିଷ୍କର୍ଷ ରେ ସମ୍ପନ୍ନ

ତେନ୍ତୁଳିଖୁଣ୍ଟି 29/12/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପରିଚାଳନା କମିଟି ବୈଠକ ସଭାପତି ତଥା ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏଗାରଟି ବିଷୟରେ ଚର୍ଚ୍ଚା କରାଯାଇଥିଲା। ପୂର୍ଵ ବୈଠକର ନିଷ୍ପତ୍ତିକୁ ସମ୍ମତି ପ୍ରଦାନ। ବିଦ୍ୟାଳୟ ବ୍ଲକ ଗ୍ରାଣ୍ଟ ହେବା ପରଠାରୁ ଶିକ୍ଷାଦାନ କରୁଥିବା ଷ୍ଟାଫ ଓ ନନ ଟିଚିଂ ଷ୍ଟାଫ ଙ୍କ ଇ ପି ଏଫ ବାବଦ ଅର୍ଥ କଟି ନଥିବା ଯୋଗୁଁ ତାର ସମାଧନ ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିର୍ଦେଶକ ଙ୍କ ନିର୍ଦେଶନମା ଅନୁସାରେ ନିଷ୍ପତ୍ତି ନେବା ନେଇ ଆଲୋଚନା ହୋଇଥିଲା। କିନ୍ତୁ କର୍ମଚାରୀ ଙ୍କ ଭାଗ ବାବଦ ଓ ନିଯୁକ୍ତି ଦାତା ଙ୍କ ଭାଗ ଉଭୟ ବିଦ୍ୟାଳୟ ପରିଚାଳନା ପାଣ୍ଠି ରୁ ଦେବାକୁ କର୍ମଚାରୀ ଙ୍କ ଦାବୀ କୁ ଉପଜିଲ୍ଲାପାଳ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟ ବ୍ଲକ ଗ୍ରାଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଳି ନିଷ୍ପତ୍ତି ନେବା ଉଚିତ ବୋଲି ମତ ରଖିଥିଲେ। ଅଵସର ପରେ ପୂର୍ବରୁ ସ୍ବେଚ୍ଛାକୃତ ଚାକିରି ଛାଡିଥିବା କର୍ମଚାରୀଙ୍କ ଭଳି ଗ୍ରାଚୁଇଟି ଦାବୀ କରିଥିଲେ କର୍ମଚାରୀ,ଯାହାକୁ ବିଦ୍ୟାଳୟ ପରିଚାଳନା କମିଟି ପାଣ୍ଠିରୁ ହିଁ ଦେବା ଦାବିକୁ ଉପଜିଲ୍ଲାପାଳ ସହମତି ପ୍ରକାଶ କରିନଥିଲେ। ବିଦ୍ୟାଳୟ ଆଡ଼ମିଶନ ଫି ବୃଦ୍ଧି କରିବା ସହ ଠିକା ଭିତିକ ନିଯୁକ୍ତ କର୍ମଚାରୀ ଙ୍କ ଦରମା ଦୁଇ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ବିଦ୍ୟାଳୟ ପ୍ରକଳ୍ପ ଦ୍ବାରା ପରିଚାଳିତ ହେଉଥିବା ବେଳେ ମୋଟ 16.99 ଏକର ସ୍ଥାନ ବିଦ୍ୟାଳୟ ନାମରେ କରିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ,ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ଠାରୁ ସହମତି ପତ୍ର ଆଣି ପରବର୍ତ୍ତୀ ପଦକ୍ଷେପ ନିଆଯିବାକୁ ସହମତି ହୋଇଥିଲା।ବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଆର୍ଥିକ କାରବାର କ୍ଷମତା ବୃଦ୍ଧି କୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ବାଇ ଲ ପରିବର୍ତ୍ତନ ଉପରେ ମଧ୍ୟ କିଛି ନିଷ୍କର୍ଷ ବାହାରି ନଥିଲା। ସର୍ବମୋଟ ବିନା ନିଷ୍କର୍ଷ ରେ ବୈଠକ ଶେଷ ହୋଇଥିଲା। ଵୈଠକ ରେ ବିଧାୟକ ସଦାଶିବ ପ୍ରଧାନୀ ,ଅଧ୍ୟାପକ ଗଜେନ୍ଦ୍ର ବିଶୋଇ ,ରଶ୍ମି ବିଶୋଇ , ଅଧ୍ୟାପିକା ନିବେଦିତା ମହାନ୍ତି, ଚଂଚଳା ମୁଦୁଲି, ପି ନାଗ ରତ୍ନାମ୍ମା ,ଲଳିତା କଛପ,ପ୍ରଫୁଲ୍ଲ ନାଗ ବ୍ରଜକିଶୋର ରଥ ସମ୍ପାଦକ ତଥା ଅଧ୍ୟକ୍ଷ ଯଶୋବନ୍ତ ବରାଳ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ବର୍ଷକୁ ଦୁଇ ରୁ ତିନି ଥର ବୈଠକ କରିବା ନେଇ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ତାଗିଦ କରିଥିଲେ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତ ପ୍ରତିନିଧି

masiha

ହାଇୱା ଟ୍ରକ୍ ତଳୁ ଛାତ୍ରୀଙ୍କ ଉଦ୍ଧାର ଘଟଣାର ନୂଆ ମୋଡ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ନୂତନ ଭାବେ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ

masiha

Leave a Comment

error: Content is protected !!