ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ମହାବାହୁ

  ମହାବାହୁ

ସୁରେନ୍ଦ୍ର କୁମାର ବେହେରା

ପୁଣ୍ୟ ନୀଳାଚଳେ ତୋବଡ ଦେଉଳେ
ଭାଇ ଭଉଣୀକୁ ନେଇ
ରତ୍ନ ସିଂହାସନେ ବସି ଅଛ ପ୍ରଭୁ
ଦାରୁବ୍ରହ୍ମ ରୂପ ହୋଇ ।1।
ସୁଖ ଆଶାନେଇ ଦୁଃଖ ଭୋଗୁଥାଇ
ଭଙ୍ଗା କୁଡ଼ିଆରେ ମୋର
 ସକାଳ ସଂଜରେ ନାମ ଜପ କରେ
ଦୁଃଖ ହେବାପାଇଁ ଦୂର ।2।
ତୁମରି ନାମରେ ଭକତ ବିଭୋର
 ହରେ କୃଷ୍ଣ ହରେ ରାମ
ମନ୍ଦିର ବେଢ଼ାରେ ନାମ ଗାଇ ଗାଇ
 କଳପ ମୂଳେ ବିଶ୍ରାମ ।3।
ଏତେ କପଟିଆ ମୋପାଇଁ କାହିଁକି
ଆଡ ନୟନରେ ଦେଖ
ଭକତ ବତ୍ସଳ ମତେ ଦୁଃଖ ଦେଇ
ପାଉଛକି ତମେ ସୁଖ। 4।
ଆଉ କେତେଦିନ ସିଂହ ଦୁଆରରେ
ବସି ଥିବି ହାତ ପାତି
 ଶାଗ ପଖାଳରେ ପେଜ ତୋରାଣିରେ
ଦିନ ମୋର ଯାଏ ବିତି ।5।
ଯାହା ତୁମ ଦାନ କରୁଛି ଗ୍ରହଣ
ଅନ୍ତର୍ଯ୍ୟାମୀ ଭାବଗ୍ରାହୀ
 ଭଙ୍ଗା କୁଡ଼ିଆରେ ତୁମ ଆସିବାକୁ
 ଚକାଆଖି ଅଛି ଚାହିଁ ।6।
ଢୋକେ ପିଇ ଦଣ୍ଡେ ଜିଇଁ କେତେ ଦିନ
ଦୁଃଖୀ ରଙ୍କି କରି ଥିବ
କଳା ସାମନ୍ତଙ୍କୁ ଭରସା କରିକି
ଅନାହାରେ ଜୀବ ଯିବ।7।
ଜଗତ ଜାଣିଛି ତୁମେ ଦୁନିଆଁର
ଦାତା ପଣେ ବଡ ଲୋକ
ଅନେଇ ରହିଛି କେବେ ମହାବାହୁ
ହରିବ ଦୁଃଖୀର ଦୁଃଖ ।8।

ସୁରେନ୍ଦ୍ର କୁମାର ବେହେରା 

ଜିତି ପୁର , ହରିପୁର ହାଟ, ଯାଜପୁର

Related posts

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା  l l ସାମ୍ବ ଦଶମୀ l l

Sunil Chandra Nayak

ରାକେଶ କୁମାର ମୁଦୁଲି ଙ୍କ କବିତା = ବାପା ମା ଆମ ଜୀବନ୍ତ ଠାକୁର 

masiha

ଅପର୍ତ୍ତି ସେଠୀ ଙ୍କ କବିତା // ମଳୟ

Sunil Chandra Nayak

Leave a Comment

error: Content is protected !!