ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା // ହେ ନଵ ଵରଷ ଵୁଣିଵ ହରଷ

 ହେ ନଵ ଵରଷ ଵୁଣିଵ ହରଷ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ହେ ନଵ ଵରଷ ଵୁଣିଵ ହରଷ
ଅନ୍ତର କରେ ମିନତି,
ହେଉ ଶୁଭଙ୍କର ଆଶିଷ ଅପାର
ଅଜାଡନ୍ତୁ ବିଶ୍ଵ ପତି…୦
ସୁଖ ଶାନ୍ତି ପ୍ରୀତି ଆଉରି ପ୍ରଶାନ୍ତି
ଧନ ମାନ ସବୁ ଶିରୀ
ପୂରି ଉଠୁ ଘରେ ଦେଶରେ ବିଶ୍ବରେ
ଉଲ୍ଲାସକୁ ଦିଅ ଭରି
ନବ ଦିଗ୍ବଳୟ ସବୁରି ହ୍ରୁଦୟ
ଦୂରକର ସବୁ ଭୀତି……..
ନୀରିହ ଆଖିର ଲୁହର ଜୁଆର
ତୁମେ ହେ ଶୁଖାଇ ଦିଅ
ଅମୃତ ମଧୁର ଢାଳି ହେ ସୁନ୍ଦର
କରିଦିଅ ସବୁ ମୁହଁ
ରୋଗ ଶୋକ ଭୟ କର ହେ ବିଲୟ
ଅନ୍ତର ଢାଳେ ପ୍ରଣତି…..
ସୁସ୍ଵାଗତ କହି ଫୁଲତୋଡ଼ା ଦେଇ
ଅଭିନନ୍ଦନ କରୁଛି
ସାଦରେ ଘେନିବ ଖୁସିରେ ଆସିବ
ଆଶିଷ ତଵ ଲୋଡ଼ୁଛି
ଆନନ୍ଦ ଉଲ୍ଲାସ ସବୁରି ହରଷ
ମାଗୁଣି ଏ ତୁମ କତି…..

    ଫୁଲବାଣୀ, କନ୍ଧମାଳ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା // ବେଦନା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା = ହେ ଚାଷୀ ଭାଇ !

Sunil Chandra Nayak

Leave a Comment

error: Content is protected !!