ରାଉରକେଲା./ଭାରତ ବିକାଶ ପରିଷଦ ଦ୍ୱାରା ସର୍ବ ଭାରତୀୟ ସ୍ତରରେ ଏକକ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି ।ଏହି ପ୍ରତିଯୋଗୀତା ରେ ଗୁରୁ ନାନକ ପବ୍ଲିକ୍ ସ୍କୁଲ ,ରାଉରକେଲାର ଚତୁର୍ଥ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଅନୁଷ୍କା ମହାନ୍ତି ଚତୁର୍ଥ ସ୍ଥାନ ଅଧିକାର କରି ଦେଶର ଜଣେ ସଫଳ ପ୍ରତିଯୋଗୀ ରୂପରେ ଉଭା ହୋଇଛନ୍ତି। ସୁଶ୍ରୀ ଅନୁଷ୍କା ପ୍ରଥମେ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରଲ ତରଫରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ସଫଳ ହୋଇ ପ୍ରାନ୍ତ ଏବଂ ପରେ ଭାରତ ବିକାଶ ପରିଷଦ ସର୍ବ ଭାରତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । ସୁଶ୍ରୀ ଅନୁଷ୍କା, କିଶୋର ମହାନ୍ତି ଏବଂ ଶ୍ରୀମତୀ ସବିତା ମହାନ୍ତି ଙ୍କର କନ୍ୟା ଅଟନ୍ତି। ତାଙ୍କ ସଫଳତା ରେ ରାଉରକେଲା ବାସୀ ଗର୍ବ ଅନୁଭବ କରିବା ସଂଗେ ସଂଗେ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।