ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ରିଷଗାଁ ପଞ୍ଚାୟତ ସରଗାଦି ଓ ନୂଆପଡ଼ା ମଝିରେ ଆଜି ରାତି ପ୍ରାୟ ୧୧ଟା ସମୟରେ ଏକ ଏକ ବରଯାତ୍ରୀ ଗାଡି ଓଲଟି ପଡ଼ି ଏଥିରେ ଜଣେ ନାବାଳ କଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ନାବାଳକ ଜଣକ ହେଲେ ବଙ୍ଗୋମୁଣ୍ଡା ପତୁଲପଡାର ମୁକେଶ ବଛା(୧୬) । ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ବଙ୍ଗାମୁଣ୍ଡା ଥାନା ପାତୁଲପଡାରୁ ପିକ୍ଅପ୍ ଭ୍ୟାନରେ ଏକ ବରଯାତ୍ରୀ ଦଳ ଆଜି ଅପରାହ୍ନରେ ଖଡ଼ିଆଳ ଥାନା ରିଷଗାଁ ପଞ୍ଚାୟତ ନୂଆପଡ଼ା ଗାଁ’କୁ ଆସିଥିଲେ। ବିବାହ ସାରିବା ପରେ ଭୋଜିଖାଇ ବରଯାତ୍ରୀ ଦଳର ୨୫ ରୁ ୩୦ ଜଣ ଉକ୍ତ ପିକ୍ଅପ୍ରେ ବଙ୍ଗୋମୁଣ୍ଡା ଅଭିମୁଖେ ବାହାରିଥିଲେ। ନୂଆପଡ଼ା ଓ ସରଗାଦି ମଝିରେ ପିକ୍ଅପ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ସମସ୍ତ ବରଯାତ୍ରୀ ଆହତ ହୋଇଥିଲେ । ଖଡ଼ିଆଳ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ମୁକେଶଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତର ରହିଥିବା ବେଳେ ସେଥିମଧ୍ୟରୁ ତିନିଜଣଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖଡ଼ିଆଳ ପୁଲିସ ଘଟଣସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ
previous post