ଫୁଲବାଣୀ -: ମାଓବାଦୀ ଲଗାଇଥିବା ପୋଷ୍ଟର ର ଫୋଟ ଉଠାଇବାକୁ ଯାଇ ମାଓବାଦୀ ଙ୍କର ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ରେ ଅକାଳ ବିୟୋଗ ହୋଇଥିବା କଳାହାଣ୍ଡିିର ମୋହନ ଗିରି ଧରିତ୍ରୀ ସାମ୍ବାଦିକ ଉଦେଶ୍ୟ ରେ ଫୁଲବାଣୀ ପ୍ରେସକ୍ଳବ ପକ୍ଷରୁ ଆଜି ଦିନ ୧୧ଟା ସମୟରେ ପ୍ରେସକ୍ଳବ ଠାରେ ସଭାପତି ସୁନୀଲ ପଟ୍ଟନାୟକ ଙ୍କ ସଭାପତିତ୍ୱ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନେ ଦିବଙ୍ଗତ ସାମ୍ବାଦିକ ରହିତ ବିଶ୍ୱାଳ ଙ୍କର ଫୋଟ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତଃ ସାମ୍ବାଦିକ ଙ୍କର ଅମର ଆତ୍ମାର ସଦ୍ଗଗତି ନିମନ୍ତେ ୨ ମିନିଟ ପ୍ରାର୍ଥନା କରାଯାଇଥିଲା। ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ସମୟରେ ସଭାପତି ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଅଶୋକ ପରିଡା,ଉପସଭାପତି ସୁନୀଲ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସନ୍ତୋଷ ଦିଗାଲ, ବ୍ରଜବିହାରୀ ନନ୍ଦ, ବୀରେନ୍ଦ୍ର ସୁବୁଦ୍ଧି, ବୈଦ୍ୟନାଥ ନାଥ ନାୟକ, ସଞ୍ଜୟ ପାତ୍ର,ରାକେଶ ରାଉତ ପ୍ରମୁଖ ସ୍ୱର୍ଗତଃ ରହିତ ବିଶ୍ୱାଳ ଜଣେ ଦକ୍ଷ ନିର୍ଭୀକ କର୍ତ୍ତବ୍ୟ ନିଷ୍ଠା ସାମ୍ବାଦିକ ଥିଲେ ।ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ସମାଜ କୁ ଏକ ଅପୁରଣୀୟ କ୍ଷତି ବୋଲି କହି ସ୍ମୃତିଚାରଣ କରିଥିବା ବେଳେ ସ୍ୱର୍ଗତଃ ବିଶ୍ୱାଳ ଙ୍କର ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇ ସରକାର ଘୋଷଣା କରିଥିବା ୧୩ ଲକ୍ଷ ଟଙ୍କା ଯଥେଷ୍ଟ ନୁହେଁ ମୃତ ସାମ୍ବାଦିକ ଙ୍କର ପରିବାର କୁ ଅନୁନ୍ୟ ୫୦ ଲକ୍ଷ ଟଙ୍କା ଅନୁକମ୍ପା ମୁଳକ ସହାୟତା ରାଶି ସରକାର ପ୍ରଦାନ କରିବା ନିମନ୍ତେ ବକ୍ତା ମାନେ ଦାବୀ କରିଥିବା ବେଳେ ଏହି ଭଳି କାର୍ଯ୍ୟରତ ସାମ୍ବାଦିକ ଙ୍କର ଆଗାମୀ ଦିନରେ ଅକାଳରେ ବିୟୋଗ ହେଲେ ସେହି ସାମ୍ବାଦିକ ଙ୍କ ର ପରିବାର ନିମନ୍ତେ ସରକାର ଯେପରି ପୋଲିସ ବାହିନୀ ଙ୍କର ମୃତ୍ୟୁ ହେଲେ ୫୦ ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି।ସେହି ଭଳି ସାମ୍ବାଦିକ ଙ୍କ ନିମନ୍ତେ ୫୦ ଲକ୍ଷ ଅନୁକମ୍ପା ମୁଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରନ୍ତୁ ବୋଲି ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ସାମ୍ବାଦିକ ମାନେ କହିଥିଲେ। ତତ ସହିତ ଆଗାମୀ ଦିନରେ ସାମ୍ବାଦିକ ମାନେ ପାରିପାର୍ଶ୍ବିକ ସ୍ଥିତ ପରଖି ନିଜେ ସତର୍କତା ଅବଲମ୍ବନ କରି ନିଜେ ସୁରକ୍ଷିତ ରହି କାର୍ଯ୍ୟକରିବା ଲାଗି ସଭାପତି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ପ୍ରେସକ୍ଳବ ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ
previous post
next post