ଫୁଲବାଣୀ -: ଆଜି ତା ୬/୨/୨୦୨୨ ରିଖ ଦିନ ସକାଳ ୫ ଟା ସମୟରେ ବିଶାଖାପାଟଣା ରୁ ବାଲିଗୁଡା ଅଭିମୁଖେ ଆସୁଥିବା ଏକ ହୁଣ୍ଡାଇ କାର କ.ନୂଆଗାଁ ଚାଉଳ ଗୋଦାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଗଛ ରେ ପିଟି ହୋଇ ଦୁର୍ଘଟଣା ହେବା ଫଳରେ ଗାଡିରେ ଥିବା ଜଣେ ବ୍ୟକ୍ତି ଏବଂ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ ।ଆହତ ଦୁଇ ଜଣ କୁ ଆମୁଲାନ୍ସ ଯୋଗେ ପ୍ରଥମେ ବାଲିଗୁଡା ଉପଖଣ୍ଡ ମେଡ଼ିକାଲ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା। ଫୁଲବାଣୀ ମେଡ଼ିକାଲ ରେ ଚିକିତ୍ସଚି ଅବସ୍ଥାରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବ୍ୟକ୍ତି ଜଣକ ଦାରିଙ୍ଗବାଡି ସେବାଶ୍ରମ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏବଂ ଗୁରୁତର ଆହତ ମହିଳା ଜଣଙ୍କ ଶିକ୍ଷକ ଙ୍କର ଧର୍ମ ପତ୍ନୀ ମଞ୍ଜୁଲତା ସାହୁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ମୃତ ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ଓ ପତ୍ନୀ ମଞ୍ଜୁଲତା କାର ଯୋଗେ ନିଜ ଶରୀର ଚିକିତ୍ସା ନିମନ୍ତେ ବିଶାଖାପାଟଣା ଯାଇ ବାଲିଗୁଡା ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ମଞ୍ଜୁଲତା ଫୁଲବାଣୀ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ ।
previous post