ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୃଷିକେଶ ରାୟ ମହାବିଦ୍ୟାଳୟ ର ରାଷ୍ଟ୍ରୀୟ ସେବା ଯୋଜନା ଶିବିର ଆୟୋଜିତ

ରାଉରକେଲା/ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଧାମରା ବସ୍ତି ଠାରେ ରାଷ୍ଟ୍ରୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରୋଗ୍ରାମିଂ ଅଫିସର ହରିଶଚନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୂଚନା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଶିବିରରେ ବିଦ୍ୟାଳୟ ର ଛାତ୍ର ମାନେ ଧାମରା ବସ୍ତି ମଧ୍ୟରେ ସଫେଇ କାର୍ଯ୍ୟକ୍ରମ, ବୃକ୍ଷ ରୋପଣ, ସହ ନିଶା ସେବନଠାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ଗଣତନ୍ତ୍ରର ମୂଲ୍ୟବୋଧ, ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଉପରେ ଗୁରୁତ୍ବାରୋପ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ୭ଦିନିଆ ସ୍ବତନ୍ତ୍ର ଶିବିର ରେ ବିଭିନ୍ନ ଦିନ ମାନଙ୍କରେ ଅଧ୍ୟାପକ ଚନ୍ଦ୍ରଧ୍ବଜ ମାଝୀ, ସାମ୍ବାଦିକ ସତ୍ୟାନନ୍ଦ ବେହେରା, ଡାକ୍ତର ଗୌରବଭୂଷଣ ପଟ୍ଟନାୟକ, ଯୋଗଗୁରୁଟ ଅକୃର ମାର୍ଥା ପ୍ରମୁଖ ଯୋଗଦେଇ ଶିବିରରେ ଯୋଗଦେଇଥିବା ସମସ୍ତଙ୍କୁ ଜୀବନର ମୂଲ୍ୟବୋଧ ଓ ସାମାଜିକ ଜୀବନରେ ସଂପୃକ୍ତି ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ର ଲକି ମିଶ୍ର, ସୁଶାନ୍ତ ପାତ୍ର, ରାକେଶ ସାହୁ, ଆକାଶ ମାଝୀ ପ୍ରମୁଖ ଶିବିରର ଅଭିଜ୍ଞତା ବଖାଣିଥିବା ବେଳେ ଲକି ମିଶ୍ରଙ୍କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ବିଦ୍ୟାଳୟ ପରିସରରୁ ଏକ ରାଲି ବାହାରି ବସ୍ତି ପରିକ୍ରମା କରି ସଚେତନତା ବାର୍ତ୍ତା ବାଣ୍ଟିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ବିନୟ କୁମାର ସାହାଣୀ,ବିନୋଦ କୁମାର କାନୁନଗୋ,ରଞ୍ଜିତ ପ୍ରସାଦ ପଲେଇ,ଅଜୟ ସୁନ୍ଦରରାୟ,ସୁଧାଂଶୁ ସାମଲ, ସୂର୍ଯ୍ୟନାରାୟଣ ପଣ୍ଡା,ସୁଷମା ମିଶ୍ର,ପଦ୍ମିନୀ ତ୍ରିପାଠୀ, ବିଜୟ କୁମାର ବରାଳ,ମଞ୍ଜୁ ମହନ୍ତ,ସୁବାସ ଚନ୍ଦ୍ର ସାମଲ,ଚିତ୍ତମୋହନ ମିଶ୍ର,ପ୍ରଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ପ୍ରୋଗ୍ରାମିଂ ଅଫିସର ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମୋଟରସାଇକେଲ ଦୁର୍ଘଟଣା, ଯୁବକ ମୃତ

masiha

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସନ୍ଥକବିଙ୍କ ଜୟନ୍ତୀ ପାଳନ

masiha

ନିଜ ବାସଭବନରେ ରେ ବିଶ୍ଵ ଯୋଗ ଦିବସ ପାଳିତ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି     

masiha

Leave a Comment

error: Content is protected !!