ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

ରାଉରକେଲା/ ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାରର ନବ ନିର୍ବାଚିତ ସଦସ୍ୟ ମାନଙ୍କ ଶପଥ ଗ୍ରହଣ ଉତ୍ସବ ଆଦର୍ଶ ସାହିତ୍ୟ ଘରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ବିଦାୟୀ ସଭାପତି ଅଭୟ କୁମାର ଦାସ ସମସ୍ତ ନୂତନ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ଶପଥ ପାଠ କରିଥିବା ନୂତନ ସଦସ୍ୟ ମାନେ ହେଲେ ସଭାପତି ଚନ୍ଦ୍ରଶେଖର ଶତପଥୀ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ଉପସଭାପତି ଭାବେ ବାଉରୀବଂଧୁ ସାହୁ,ଡାକ୍ତର ବସନ୍ତ କୁମାର ଦାସ,ଡଃ ସନାତନ ପ୍ରଧାନ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସହ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ଦାଶ, ସଂପାଦକ ଭାବେ ଅଶୋକ କୁମାର ବଳ,ବିଜୟ କୁମାର ପାତ୍ର,କୋଷାଧ୍ୟକ୍ଷ ଟୁକୁଲା ପାଢୀ,ଗ୍ରନ୍ଥାଗାର ପରିଚାଳକ ମନୋଜ କୁମାର ପଣ୍ଡା, ସଭ୍ୟ ଭାବେ ପ୍ରଦୀପ କୁମାର ପଟ୍ଟନାୟକ,ଅନିଲ କୁମାର ମଲ୍ଲିକ,ଜ୍ୟୋତିରଂଜନ ମହାପାତ୍ର,ପ୍ରେମାନନ୍ଦ ସାମଲ,ଦୀନବଂଧୁ ରଥ, ବିଭୁତିଭୂଷଣ ବିଶ୍ବାଳ, ଅର୍ଚ୍ଚନା ମହାନ୍ତି,ଟି ଏସ ମଧୁସୂଦନ ଓ ଲୋକସମ୍ପର୍କ ଅଧିକାରୀ ଭାବେ କୁଞ୍ଜବିହାରୀ ରାଉତ ପ୍ରମୁଖ ଶପଥ ନେଇଥିଲେ । ଏହି ଅବସରରେ ପ୍ରାକ୍ତନ ସଭାପତି ଶ୍ରୀ ଦାସ ନୂତନ ସଭାପତି ଶ୍ରୀ ଶତପଥୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଲୋକସମ୍ପର୍କ ଅଧିକାରୀ ଶ୍ରୀରାଉତ ତାଙ୍କର କବିତା ସଂକଳନ ‘ସ୍ବାତିନକ୍ଷତ୍ରର ଶାମୁକା ‘ ସଭାପତି ଶ୍ରୀ ଶତପଥୀଙ୍କ ମାଧ୍ୟମରେ ଲାଇବ୍ରେରୀକୁ ଦାନ କରିଥିଲେ । ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ, ସଭ୍ୟ ଡାକ୍ତର ୟୁ ସି ଜେନା, ବବିତା ମହାପାତ୍ର,ରାଧାକାନ୍ତ ମିଶ୍ର, ପ୍ରେମାନନ୍ଦ ସାମଲ,ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ନିଜ ବକ୍ତବ୍ଯରେ ପାଠାଗାରକୁ ଗତିଶୀଳ ଓ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଅଶୋକ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅମୂଲ୍ୟ ଚରଣ ବରାଳ,କୈଳାଶ ଚନ୍ଦ୍ର ସାବତ, ସୁରେଶଚନ୍ଦ୍ର ମାଝୀ,ଉତ୍ତମ କୁମାର ସାମଲ,ସନ୍ତୋଷ ରଥ, ଅମରେନ୍ଦ୍ର ପଟ୍ଟନାୟକ, ଅମରେନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଗତମାସ ୨୫ତାରିଖ ଦିନ ଦ୍ବିବାର୍ଷିକ ସାଧାରଣ ସଭା ଓ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଭାବେ ବବିତା ମହାପାତ୍ର ଯୋଗଦେଇ ନୂତନ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମରଣଯନ୍ତା ପାଲଟିଛି ଚିଚିବାଇ -ବନ୍ଦକଣା ରାସ୍ତା 

masiha

ନୂଆପଡା ସଦର ତହସିଲ ଅଫିସ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

Sunil Chandra Nayak

ଆଜି ଆସିବେ ମା ଗୁଣ୍ଡାନା ଅସ୍ଥାଇ ମନ୍ଦିରକୁ, ୯ଦିନ ପାଇବେ ପୂଜା 

masiha

Leave a Comment

error: Content is protected !!