ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ପାଇଁ କନ୍ୟାକୁମାରୀ ରୁ ଭୋପାଳ ସାଇକଲ ଯାତ୍ରା

ଭବାନୀପାଟଣା: ୪/୦୧ – (ମ.ନି.ସ) :- ଦୁନିଆରେ ଏମିତି ମଣିଷ ରହିଛନ୍ତି ଯିଏ କି ସାରା ଭାରତ ବର୍ଷେରେ ପରିବେଶ ସୁରକ୍ଷା ସଚେତନ  ଯାତ୍ରାରେ ବାହାରି କୋଣ ଅଣୁକୋଣରେ ବସବାସ କରୁଥିବା ଲୋକଙ୍କୁ ସଂରକ୍ଷଣ ବାର୍ତ୍ତା ପହଁଞ୍ଚାଇବା ନେଇ ପ୍ରୟାସ କରି ଥିବା ଜଣେ ବ୍ଯକ୍ତିତ୍ବ ଯିଏକି ଏଟାଓ୍ଵା ୟୁପିର ରବିନ୍ ସିଂ। ସେ କନ୍ଯାକୁମାରୀରୁ ଭୋପାଳ ପର୍ଯ୍ଯନ୍ତ ପରିବେଶ ସଂରକ୍ଷଣ ପାଇଁ ଅଲ ଇଣ୍ତିଆ ଲୋକଙ୍କୁ ବାର୍ତ୍ତା ପହଞ୍ଚାଇବା ନେଇ ସାଇକେଲରେ ବାହାରିଛନ୍ତି। ତାଙ୍କର ଏହି ଯାତ୍ରାର ୯୦ ଦିନ ପୂର୍ଣ୍ଣ ହୋଇସାରିଛି, ସେହି ଦିନରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ମଧ୍ୟରେ ପହଞ୍ଚିଥିଲେ। ୩/୦୧/୨୦୨୩ ରିଖ ମଙ୍ଗଳବାର ଦିନ ଅଲ ଇଣ୍ତିଆ ମଜଦୁର ସଂଘର ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପଣ୍ତା   ଙ୍କ ସହ ଅନେକ ଲୋକ ତାଙ୍କୁ ଉତ୍ସାହର ସହିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ପରିପ୍ରିକ୍ଷୀରେ ଜୁନାଗଡ ସହର ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଠାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ରବିନ୍ ସିଂ ଙ୍କ ସମେତ ଉପସ୍ଥିତ ବକ୍ତାମାନେ ଜୀବ ଜଗତ ପାଇଁ  ସୁସ୍ଥ ପରିବେଶ ର ଆବଶ୍ୟକତା ଓ ଏହାକୁ କିପରି ସଂରକ୍ଷଣ କରାଯିବ ତାହାର ବିଭିନ୍ନ ଦିଗ ଉପରେେ ଆଲୋକପାତ କରିଥିଲେ।

ମସିହା ନୀୟୂଜ୍ ସର୍ଭିସ୍ 

Related posts

ରାଜସ୍ଵ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶାରେ ଅଧିକ ମଦ ଦୋକାନ ଖୋଲାନଯାଉ : ଓଡ଼ିଶା ନିଶା ନିବାରଣ ଅଭିଯାନ

Sunil Chandra Nayak

ଭବାନୀପାଟଣା ଠାରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବା ଆରମ୍ଭ : ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ଜିଲ୍ଲା ସଦରମହକୁମା ରୁ ଗଡିଲା ଲକ୍ଷ୍ମୀ ବସ୍

masiha

ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ସହ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ଦାବୀ କଲା ବିଜୁ ଜନତା ଦଳ

Sunil Chandra Nayak

Leave a Comment

error: Content is protected !!