ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କଳାହାଣ୍ଡି ଉତ୍ସଵ ବ୍ଲକ ସ୍ତରୀୟ ଫୁଟବଲ ଫାଇନାଲରେ ଫୁପଗାଁ ଟିମ ଚାମ୍ପିୟାନ

କୋକସରା,୪/୧- କଳାହାଣ୍ଡି ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଘୁମୁରା ପାଇଁ କୋକସରା ବ୍ଲକ ସ୍ତରୀୟ ଫୁଟବଲ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କୋକସରା କସ୍ତୁରବା ଖେଳ ପଡ଼ିଆ ରେ ୪ ଟିମ ମଧ୍ୟରେ। ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ମ୍ୟାଚ ଟେମରା ଓ ଫୁପଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପେନାଲଟିକ ସୁଟ ଆଉଟରେ ୪/୩ ଗୋଲରେ ଫୁପଗାଁ ଦଳ ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହୋଇଥିବା ବେଳେ ଦ୍ଵିତୀୟ ଖେଳ ଡହଗାଁ ଓ ଗମ୍ଭାରୀଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଡ଼ହଗାଁ ୧/୦ ରେ ବିଜୟୀ ହୋଇଥିଲା। ଫାଇନାଲ ଖେଳ ଡ଼ହଗାଁ ଓ ଫୁପଗାଁ ଦଳ ମଧ୍ୟରେ ଚିତାକର୍ଷକ ମ୍ୟାଚ ରେ ୪/୨ ଗୋଲ ରେ ଫୁପଗାଁ ଦଳ ମ୍ୟାଚ ବିଜୟୀ ହୋଇ ଜିଲ୍ଲା ସ୍ତରୀୟ ଖେଳ କୁ ହୋଇଛି। ଫୁଟବଲ ଖେଳକୁ ଖେଳ ଶିକ୍ଷକ ଶଙ୍କର ପୋଢ଼, ଚିତ୍ତରଞ୍ଜନ ଠାକୁର ଓ ଗୁଣନିଧି ପୁଝାରି ପରିଚାଳନା କରିଥିଲେ। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଏହି ବ୍ଲକ ସ୍ତରୀୟ ଫୁଟବଲ ଖେଳ ପରିଚାଳନା ଦାୟିତ୍ବରେ ରହିଥିବା ବେଳେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ 

Related posts

ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲର ମ୍ୟାଚରେ ନବରଙ୍ଗପୁର ଜିଲାର ଦମଦାର ପ୍ରଦର୍ଶନ ଜାରି 

masiha

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣ 

masiha

ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!