ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାସମାରୋହର ସହ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ର ସଦର ମହକୁମା ଠାରେ ଜୟପାଟଣା ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ମହାସମାରୋହର ସହ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଜୟପାଟଣା ପଞ୍ଚାୟତ ର ସରପଞ୍ଚ ମୌସୁମି ଡଙ୍ଗରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଥବିର ବାଗ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବେ ପୂର୍ବତନ ସମିତି ସଭ୍ୟ ସତ୍ୟ ନାରାୟଣ ଅଗ୍ରୱାଲ, ସମାଜ ସେବୀ ରୁଦ୍ର ପ୍ରସାଦ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ବଳଭଦ୍ର ମିଶ୍ର ବିଶିଷ୍ଟ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ,ସମିତି ସଭ୍ଯା ରଶ୍ମିତା ଦୁରିଆ, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ, ପୂର୍ବତନ ସରପଞ୍ଚ ଦିଲୀପ ରାଉତ, ପର୍ଯ୍ୟବେକ୍ଷକ ସୌଦାମିନୀ ଦ୍ଵିବେଦୀ, ପ୍ରତାପ ଦାସ ଅଧିକାରୀ ସମିତି ସଭ୍ଯା ରଶ୍ମିତା ଦୁରିଆ, ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ଅୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତୀ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଜରିଆରେ ପୁରସ୍କୃତ କରାଯାଇଥିବା ବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପଞ୍ଚାୟତ ର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ମଞ୍ଚାସୀନ ଥିଲେ। ଚିତ୍ତରଞ୍ଜନ ଦଳ ପତି ଓ ଯଶୋଦା ପଟ୍ଟନାୟକ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ର ଆବାହକ ଶ୍ରୀ ନିଳାଦ୍ରୀ ମେହେର ଙ୍କ ସମେତ ପଞ୍ଚାୟତର କର୍ମଚାରୀ ମାନେ ଓ ବିଭିନ୍ନ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବରିଷ୍ଠ କଳାକାର ସଂଘର ଶୋକସଭା

ଅମଲାଙ୍କ ସାମୁହିକ ଛୁଟି ଓ ଆନ୍ଦୋଳନ:  ସରକାରୀ ଯୋଜନା ପ୍ରଭାବିତ: ଗରିବ ହିତାଧିକାରୀ ହଟହଟା

Sunil Chandra Nayak

ଵାସିଙ୍ଗୀ ଅଂଚଳର ବିଶିଷ୍ଟ ସମାଜସେବୀ/ ଧର୍ମପରାୟଣ ବ୍ୟକ୍ତି ଇଂ ମହେନ୍ଦ୍ର ମହାନ୍ତଙ୍କ ଦେହାନ୍ତ 

masiha

Leave a Comment

error: Content is protected !!