ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ 

କନ୍ଧମାଳ -/  କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ଏକ ସାଧାରଣ ବୈଠକ ଓ ନବ ବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିଲାସାଲକୀ ଡ୍ୟାମ ପରିସର ରେ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ସଙ୍ଘ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ଙ୍କ ସଭାପତି ରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଉପସଭାପତି ସମୀର ପାଢ଼ୀ, ସନ୍ତୋଷ ଡିଗାଲ, ପ୍ରମୋଦ ଦଣ୍ଡସେନା ଅଭିମନ୍ୟୁ ପଣ୍ଡା, ସମ୍ପାଦକ , ରାମକୃଷ୍ଣ ଚୌଧୁରୀ , ଶ୍ରବଣ ଦିଗାଲ,ସଂଗଠନ ସମ୍ପାଦକ ଜୟସେନ ପରିଡା ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନଙ୍କ ବୃତ୍ତିଗତ ସୁରକ୍ଷା ଓ ଦାବି ହାସଲ ପାଇଁ ଏକଜୁଟ ହୋଇ ସଂଗଠନ କୁ ଅଧିକ ସୁଦୃଢ଼ କରିବାକୁ ପଡିବ ବୋଲି ମତ ଦେଇଥିଲେ l  ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନାରାୟଣସାହୁ, ଶିବାନନ୍ଦ ପଟନାୟକ, , ସୂର୍ଯ୍ୟ ବେହେରା, ସୂର୍ଯ୍ୟ ନାୟକ, କ୍ଷିତୀଶ ମଲିକ, ଅଶୋକ ରାୟ, ପ୍ରମୁଖ ନବ ବର୍ଷ ର ଅଭିନନ୍ଦନ ଜଣାଇବା ସହ ସଂଗଠନ କୁ ଆହୁରି ଶକ୍ତିଶାଳୀ ଯେପରି ହେବ ସେଥିପ୍ରତି ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ l

ସାଧାରଣ ସମ୍ପାଦକ ଅଶୋକ ପରିଡା ସ୍ଵାଗତ ଭାଷଣ ଦେବାସହ ବିବରଣୀ ପାଠ କରିଥିଲେ l ନବ ବର୍ଷ ଅବସର ରେ ସଙ୍ଘ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ ରୁ ଯୋଗ ଦେଇଥିବା ସମସ୍ତ ସତୁରି ଜଣ ସାମ୍ବାଦିକ ଙ୍କୁ ଉପଢୌକନ ଓ ଡ଼ାଇରୀ, ପେନ, ଫୁଲ ତୋଡ଼ା ଦେଇ ସମ୍ବର୍ଧିତ କରାଯାଇଥିଲା l ଫେବୃଆରୀ ପ୍ରଥମ ସପ୍ତାହ ରେ ବାଲିଗୁଡା ଠାରେ ବିଶାଳ ସମାବେଶ କରାଯିବାକୁ ନିଷ୍ପତି କରାଯାଇଛି l ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସାମ୍ବାଦିକ କ୍ଷିତୀଶ ମଲିକ, ସନ୍ତୋଷ ବେହେରା, ଶିବରାମ ନାୟକ, ସୁଧୀର ମହରଣା, ଶିବ ବିଶ୍ୱାଳ, ରମେଶ ପ୍ରଧାନ, ବାପି ପଟନାୟକ ପ୍ରମୁଖ ସହଯୋଗ କରିଥିଲେ l

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜେ.ଆର.ସି ଶାଖା ଉଦଘାଟିତ

Sunil Chandra Nayak

ପୁରୁଣାପଡ଼ା ଶ୍ମଶାନ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ

କଟକ ଜିଲ୍ଲାର ଶବର ସାହି, ମୁଣ୍ଡା ସାହି, ସାନ୍ତାଳ ସାହି ଗାଁ ର ଆଦିବାସୀ ପରିବାରଙ୍କ ଜଙ୍ଗଲ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ଜଙ୍ଗଲ ବିଭାଗ ଏବଂ ରାଜସ୍ବ ବିଭାଗ କୁ ନିର୍ଦେଶ ଦେଲେ ସରକାର l ଆଦିବାସୀ ଙ୍କୁ ପଟ୍ଟା ମିଳିବା ଆଶା ଉଜ୍ବଳ 

Sunil Chandra Nayak

Leave a Comment

error: Content is protected !!