ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ 

କନ୍ଧମାଳ -/  କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ଏକ ସାଧାରଣ ବୈଠକ ଓ ନବ ବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିଲାସାଲକୀ ଡ୍ୟାମ ପରିସର ରେ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ସଙ୍ଘ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ଙ୍କ ସଭାପତି ରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଉପସଭାପତି ସମୀର ପାଢ଼ୀ, ସନ୍ତୋଷ ଡିଗାଲ, ପ୍ରମୋଦ ଦଣ୍ଡସେନା ଅଭିମନ୍ୟୁ ପଣ୍ଡା, ସମ୍ପାଦକ , ରାମକୃଷ୍ଣ ଚୌଧୁରୀ , ଶ୍ରବଣ ଦିଗାଲ,ସଂଗଠନ ସମ୍ପାଦକ ଜୟସେନ ପରିଡା ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନଙ୍କ ବୃତ୍ତିଗତ ସୁରକ୍ଷା ଓ ଦାବି ହାସଲ ପାଇଁ ଏକଜୁଟ ହୋଇ ସଂଗଠନ କୁ ଅଧିକ ସୁଦୃଢ଼ କରିବାକୁ ପଡିବ ବୋଲି ମତ ଦେଇଥିଲେ l  ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନାରାୟଣସାହୁ, ଶିବାନନ୍ଦ ପଟନାୟକ, , ସୂର୍ଯ୍ୟ ବେହେରା, ସୂର୍ଯ୍ୟ ନାୟକ, କ୍ଷିତୀଶ ମଲିକ, ଅଶୋକ ରାୟ, ପ୍ରମୁଖ ନବ ବର୍ଷ ର ଅଭିନନ୍ଦନ ଜଣାଇବା ସହ ସଂଗଠନ କୁ ଆହୁରି ଶକ୍ତିଶାଳୀ ଯେପରି ହେବ ସେଥିପ୍ରତି ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ l

ସାଧାରଣ ସମ୍ପାଦକ ଅଶୋକ ପରିଡା ସ୍ଵାଗତ ଭାଷଣ ଦେବାସହ ବିବରଣୀ ପାଠ କରିଥିଲେ l ନବ ବର୍ଷ ଅବସର ରେ ସଙ୍ଘ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ ରୁ ଯୋଗ ଦେଇଥିବା ସମସ୍ତ ସତୁରି ଜଣ ସାମ୍ବାଦିକ ଙ୍କୁ ଉପଢୌକନ ଓ ଡ଼ାଇରୀ, ପେନ, ଫୁଲ ତୋଡ଼ା ଦେଇ ସମ୍ବର୍ଧିତ କରାଯାଇଥିଲା l ଫେବୃଆରୀ ପ୍ରଥମ ସପ୍ତାହ ରେ ବାଲିଗୁଡା ଠାରେ ବିଶାଳ ସମାବେଶ କରାଯିବାକୁ ନିଷ୍ପତି କରାଯାଇଛି l ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସାମ୍ବାଦିକ କ୍ଷିତୀଶ ମଲିକ, ସନ୍ତୋଷ ବେହେରା, ଶିବରାମ ନାୟକ, ସୁଧୀର ମହରଣା, ଶିବ ବିଶ୍ୱାଳ, ରମେଶ ପ୍ରଧାନ, ବାପି ପଟନାୟକ ପ୍ରମୁଖ ସହଯୋଗ କରିଥିଲେ l

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ମିଲ୍କ ମୁଁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ: କ୍ଷୀରରେ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି 

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବେଡ଼ାଗାଁ ଗ୍ରାମପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ରାୟଗଡ଼ରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଥମଥର ପାଇଁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ନିଯୁକ୍ତି; ସମାନ ସୁଯୋଗର ବାର୍ତ୍ତା ଦେଲା ଜିଲ୍ଲା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!