ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପରିସରରେ ପାଳନ ହେଲା ସାମ୍ବତ୍ସରିକ ପୁରସ୍କାର ବିତରଣ ଉତ୍ସବ

ବାଲେଶ୍ଵର,୦୭/୦୧/୨୩- ସମାଜରେ ଅନେକ କିଶୋର ଅଛନ୍ତି ଯେଉଁମାନେ ବନମାଳତୀ ପରି ହଜିଯାଆନ୍ତି ଅଦୃଶ୍ୟ ଧରାବକ୍ଷରେ । ସେହିମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ବିଦ୍ୟାଳୟର ପରମ ଲକ୍ଷ୍ୟ ଏବଂ ପରମଧ୍ଯେୟ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାର ଉନ୍ମେଷ ପାଇଁ ଖଇରା ସରକାରୀ ବିଦ୍ୟାଳୟ ପ୍ରତିବର୍ଷ ପାଳନ କରୁଛି ତାର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ । ଏହି ପରିପ୍ରେକ୍ଷୀରେ ତା ୦୬/୦୧/୨୩ ରିଖ ଶୁକ୍ରବାର ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ୪ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର, ଖଇରା ପଞ୍ଚାୟତ ସମିତିସଭ୍ଯା ନର୍ମଦା ଦେଓ, ସରପଞ୍ଚ ମାଳତୀ ସେଠୀ, ପୁରାତନ ଛାତ୍ର ସଂସଦ ଓ ମୋ ସ୍କୁଲ ଅଭିଯାନର ସଭାପତି ମୁକ୍ତିକାନ୍ତ ଶତପଥୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଞ୍ଜୟ କୁମାର ସାହୁ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କଳା ଶିକ୍ଷୟିତ୍ରୀ ପ୍ରଜ୍ଞାପରମିତା ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ହେମନ୍ତ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ବାର୍ଷିକ କ୍ରୀଡା ଉତ୍ସବରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଏଥିରେ ପ୍ରାୟ ପ୍ରତ୍ୟେକ ପିଲା(ଛାତ୍ରଛାତ୍ରୀ)ଙ୍କ ଅଭିଭାବକ/ଅଭିଭାବିକା ମାନେ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ସଭା ଶେଷରେ ହିନ୍ଦୀ ଶିକ୍ଷକ ନରୋତ୍ତମ ପୂର୍ତ୍ତିଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭାସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

ଫାଇଲେରିଆ ନିରାକରଣ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ ବାବଦରେ ସଚେତନତା ରାଲି ଅନୁଷ୍ଠିତ 

Sunil Chandra Nayak

ସୂତାକଳ ପୁନରୁଦ୍ଧାର ପାଇଁ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନର ଦାବୀ 

Leave a Comment

error: Content is protected !!