ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସ୍ବର୍ଗତ ସୂର୍ଯ୍ୟ କୁମାର ଘୋଷ ଙ୍କ ଏକାଦଶାହ ଉପଲକ୍ଷେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ

ଲଙ୍ଗଳେଶ୍ଵର,8/1/23 (ମନିସ) ସିଂଗ୍ଲା ଥାନା ରଘୁନାଥପୁର ଗ୍ରାମପଞ୍ଚାୟତ ର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଏବଂ ବସ୍ତା ବ୍ଲକ ର ପୂର୍ବତନ ଚେୟାରମେନ ସରୋଜିନୀ ଘୋଷଙ୍କ ସ୍ବାମୀ ସୂର୍ଯ୍ୟ କୁମାର ଘୋଷ ଙ୍କ ଏକାଦଶାହ ଉପଲକ୍ଷେ ବିରାଟ ରକ୍ତଦାନ ଶିବିର ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୮ ବର୍ଷ ଧରି ରଘୁନାଥ ପୁର ପଞ୍ଚାୟତର ସେ ସରପଞ୍ଚ ଥିଲେ ଏବଂ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଭୋପାଳ ମହାପାତ୍ର ଙ୍କର ବସ୍ତା ବ୍ଲକ ପ୍ରତିନିଧି ମଧ୍ୟ ଥିଲେ।ଏହି ବର୍ଷିୟାନ ରାଜନେତା ସମାଜସେବୀ ଙ୍କର ଜୀବନବ୍ୟାପୀ ସାଧନା ପାଇଁ ତାଙ୍କ ମଧୁପୁର ବାସଭବନରେ ରକ୍ତଦାନ ପରି ମହତ କାର୍ଯ୍ୟ କରି ସ୍ଥାନୀୟ ଅଞ୍ଚଳ ବାସୀ ତାଙ୍କୁ ସମ୍ମାନ ଜଣାଇଛନ୍ତି। ଏହି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ ଛଅ ବର୍ଷ ବୟସର ଜଣେ ଥାଲାସେମିଆ ରୋଗୀ ପ୍ରିନ୍ସ ନନ୍ଦ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ରକ୍ତଦାତା ସଂଘ ର ସଭାପତି କମଲ ଚକ୍ରବର୍ତ୍ତୀ, ସୂର୍ଯ୍ୟ କୁମାର ଘୋଷ ସ୍ମୃତି କମିଟି ଆବାହକ ତଥା ଯୁବ ସମାଜସେବୀ ଜ୍ୟୋତିର୍ମୟ ନନ୍ଦ, ଡକ୍ଟର ଧରଣୀଧର ଘୋଷ, ଡାକ୍ତର ପ୍ରୀୟ କୁମାର ଘୋଷ, ସୁବ୍ରତ କୁମାର ଘୋଷ, ରମେଶ ଚନ୍ଦ୍ର ନାୟକ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଗୋଟିଏ ଗୋଟିଏ ଗଛ ଉପହାର ଦେଇଥିଲେ।ରକ୍ତଦାନ ସହିତ ସବୁଜ ବିପ୍ଳବ ଆୟୋଜକଙ୍କ ମହତପଣିଆ ର ଏକ ନିଦର୍ଶନ।ଶିବିରରେ ମୋଟ ୩୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନା ଗୋଷ୍ଠୀ ସ୍ବାସ୍ଥ୍ୟ ସୁରକ୍ଷିତ ରଖୁବାକୁ ବ୍ୟାପକ ଡାଇରିଆ ସଚେତନତା ଅଭିଯାନ ସମାପ୍ତ କଲା

masiha

ବିଶାଳ ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତର ଖାନାରୁ ହଟାଇ ନିଆଗଲା ଆଉ ଜଣେ ଡାକ୍ତର ଙ୍କୁ : ତେଜୁଛି ଅସନ୍ତୋଷ 

Leave a Comment

error: Content is protected !!