ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ଵିଵାହ ରୋକିଲା ପ୍ରଶାସନ

ତେନ୍ତୁଳିଖୁଣ୍ଟି -୧୧/୦୧/୨୩-ତେନ୍ତୁଳିଖୁଣ୍ଟି ବ୍ଳକର ପାତ୍ରପୁଟ ଗ୍ରାମର ସଦାଶିବ ପୂଜାରୀ ଙ୍କ ନା ବାଳିକା ଝିଅକୁ ସେହି ଗ୍ରାମର ଡମୁ ପାତ୍ର ଙ୍କ ପୁଅ ସହିତ ବିବାହ କରୁଥିବା ସମୟରେ ତେନ୍ତୁଳିଖୁଣ୍ଟି ପ୍ରଶାସନ ଅଟକାଇ ଥିଲେ।କୌଣସି ସୂତ୍ର ରୁ ଖବର ପାଇ ତେନ୍ତୁଳିଖୁଣ୍ଟି ସିଡିପିଓ  ସୁରମା ମହାପାତ୍ର ଓ ତେନ୍ତୁଳିଖୁଣ୍ଟି ଥାନା ର ଏସ ଆଇ ସସ୍ମିତା ପୂଜାରୀ ଙ୍କ ସହ ଦୁଇ ପୋଲିସ କର୍ମଚାରୀ ପହଞ୍ଚି ବିବାହ କୁ ରୋକି ଥିଲେ। ଉଭୟ ପୁଅ ଝିଅ ଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଥିବା ସୂତ୍ରରୁ ପ୍ରକାଶ।ପାତ୍ରପୁଟ ସରପଞ୍ଚ ଶିବାନନ୍ଦ ପ୍ରଧାନୀ ଙ୍କ ଉପସ୍ଥିତ ରେ ଗ୍ରାମର ଭଦ୍ରବ୍ୟକ୍ତି କୁ ନେଇ ଦୁଇ ପରିବାର ନେଇ ଵୈଠକ ହୋଇଥିଲା ନା ବା ଳି କା କୁ ତାଙ୍କ ବାପା ମା ଙ୍କ ପାଖରେ ଛାଡି ଦିଆଯାଇଛି । ଝିଅର ବୟସ 16 ବର୍ଷ ହୋଇଥିବାରୁ 18 ବର୍ଷ ହେଲେ ବାହାଘର କରିବେ ବୋଲି ପୁଅ ଝିଅ ପରିବାର ଙ୍କୁ ପ୍ରଶାସନ ବୁଝାଇଥିଲେ। ଏତେ ସବୁ ସଚେତନତା ସତ୍ୱେ ବାଲ୍ୟବିବାହ ଜାରୀ ରହିବା ଉଦବେଗ ର ବିଷୟ।

 ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ସଡ଼କ ବିଜୁଳିରୁ ବଞ୍ଚୁତ ନିୟମଗିରିର ଡଙ୍ଗରିଆ

Sunil Chandra Nayak

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!